fbpx

ଲକଡାଉନ୍ କାରଣରୁ ବଢ଼ିଲା ଛାଡ଼ପତ୍ର ମାମଲା

କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି ହୋଇଥିବା ଲକଡାଉନ୍ କାରଣରୁ ଅନେକ ଦେଶରେ ଛାଡ଼ପତ୍ର ମାମଲା ବଢ଼ି ଚାଲିଛି । ଚୀନ୍‌ରେ ଛାଡ଼ପତ୍ର ସଂଖ୍ୟା ଲକ୍‌ଡାଉନ୍ ସମୟରେ ୨୫ ପ୍ରତିଶତ ବୃଦ୍ଧି ପାଇଛି । ଏହି ସ୍ଥିତି ଆମେରିକା ଏବଂ ଅନ୍ୟ ଦେଶଙ୍କ ଚେତାବନୀ ।
ଅନ୍ୟଦେଶଗୁଡ଼ିକ ତୁଳନାରେ ଚୀନ୍‌ରେ ପ୍ରତିବର୍ଷ ଛାଡ଼ପତ୍ର ମାମଲାରେ ବୃଦ୍ଧି ଦେଖାଦେଇଥାଏ । ସଂଘାଇର ତଲାକ୍ ମାମଲାର ଓକିଲ ଷ୍ଟିଭ୍ ଲି କହିଛନ୍ତି ଯେ, ମାର୍ଚ୍ଚ ମଧ୍ୟଭାଗରେ ଲକ୍‌ଡାଉନ ପରେ ଚୀନ୍‌ରେ ଛାଡ଼ପତ୍ର ମାମଲା ୨୫ ପ୍ରତିଶତ ବଢ଼ି ଯାଇଛି । ଚୀନରେ ୨୦୦୩ ବର୍ଷରେ ଛାଡ଼ପତ୍ର ଆଇନରେ ସଂଶୋଧନ ହେବା ପରେ ଛାଡ଼ପତ୍ର ମାମଲା ଲଗାତର ବୃଦ୍ଧି ପାଇ ଚାଲିଛି ।
କରୋନା ଭାଇରସ୍ ସଂକ୍ରମଣ ରୋକିବାକୁ ଲକଡାଉନ୍ ଜାରି ହୋଇଥିବା ବେଳେ ଉଭୟ ପତି ଓ ପତ୍ନୀ ଘର ମଧ୍ୟରେ ରହୁଥିଲେ । ସେମାନେ ଅନ୍ୟ କେଉଁ ଆଡେ ଯାଇ ପାରୁନଥିଲେ । ତେଣୁ ପରସ୍ପର ସହ ଅଧିକରୁ ଅଧିକ ସମୟ ବିତାଇ ସେମାନେ ବିତସ୍ପୃହ ହୋଇ ପଡ଼ୁଥିଲେ । ଏହାସହ ଚୀନରେ ଛାଡ଼ପତ୍ର ଆଇନ କୋହଳ ହେବା ସେମାନଙ୍କୁ ଅଧିକ ସୁହାଇଛି । ୨୦୧୩ରେ ଚୀନ୍‌ରେ ୧୩ ଲକ୍ଷ ଦମ୍ପତ୍ତି ପରସ୍ପରକୁ ଛାଡ଼ପତ୍ର ଦେଇଥିବା ବେଳେ ୨୦୧୮ରେ ୪୫ ଲକ୍ଷ ଦମ୍ପତ୍ତି ଛାଡ଼ପତ୍ର ନେଇଥିଷଲ ।
ଚୀନର ଦକ୍ଷିଣ ଗୋଣ୍ଡଡୋଙ୍ଗ୍ ପ୍ରାନ୍ତରେ ରହୁଥିବା ୩୦ ବର୍ଷୀୟା ଗୃହିଣୀ ମିସେଜ୍ ବୁ ଙ୍କ ଅନୁସାରେ ସେ ଗତ ୨ ମାସ ନିଜ ସ୍ୱାମୀଙ୍କ ସହ ଘରେ ବିତାଇଥିଲେ । ଅନେକ ସମୟରେ ଉଭୟଙ୍କ ମଧ୍ୟରେ କୌଣସି ନା କୌଣସି କାରଣକୁ ନେଇ ଝଗଡ଼ା ମଧ୍ୟ ହୋଇଥିଲା । ଏହି ୨ ମାସରେ ସେମାନଙ୍କ ସମ୍ପର୍କ ଛାଡ଼ପତ୍ର ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା ।

Get real time updates directly on you device, subscribe now.