ନବବିବାହିତ ପ୍ରଥମ ରାତ୍ରୀରେ ସ୍ୱାମୀଙ୍କୁ ଦେଇଥାନ୍ତି କ୍ଷୀର, ଜାଣନ୍ତୁ ରାଜ୍‌

ବବିବାହିତଙ୍କ ପାଇଁ ଖାସ୍ କରି ରାତିରେ କ୍ଷୀର ପିଇବା ଅନେକ ମହତ୍ୱପୂର୍ଣ୍ଣ । ଅନେକ ସମୟରେ ଆପଣ ଶୁଣିଥିବେ ଯେ, ବିବାହ ପରେ ପ୍ରଥମ ରାତିରେ ନବବିବାହିତା ପତ୍ନୀ ନିଜ ସ୍ୱାମୀଙ୍କୁ କ୍ଷୀର ଗ୍ଲାସ ପିଇବା ପାଇଁ ଦେଇଥାନ୍ତି । କିନ୍ତୁ ଏହା ପଛର ରାଜ୍ କଣ ଆପଣ ଜାଣିଛନ୍ତି କି ?


କ୍ଷୀରକୁ ସମ୍ପୂର୍ଣ୍ଣ ଆହାର ବୋଲି କୁହାଯାଇଥାଏ । ଖାସ୍ କରି ଯେଉଁ କୌଣସି ପ୍ରକାରର ଶାରିରୀକ ଦୁର୍ବଳତା ପାଇଁ ଏହା ଲାଭଦାୟକ ହୋଇତାଏ । ସେକ୍ସ ପାୱାର ବଢ଼ାଇବା ପାଇଁ କ୍ଷୀର ମଧ୍ୟ ଅନେକ ମାତ୍ରାରେ ଉପକାରୀ । ବିବାହିତ ପୁରୁଷ ଦୁର୍ବଳତା ଅନୁଭବ କରୁଥିଲେ କ୍ଷୀର ସେମାନଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । କ୍ଷୀର ପିଇବା ଦ୍ୱାରା ଶରୀରରେ ତେଜୀ ଆସିବା ସହ କ୍ଷୀର ଶରୀରର ଇମ୍ୟୁନିଟି ବଢ଼ାଇଥାଏ । ଏହା ପ୍ରତିରୋଧକ କ୍ଷମତା ବୃଦ୍ଧିରେ ମଧ୍ୟ ସହାୟତା କରିଥାଏ । କ୍ଷୀରରେ ବାଦାମ ମିଶାଇ ଗରମ କରି ପିଇଲେ ମଧ୍ୟ ଅନେକ ଲାଭ ମିଳିଥାଏ ।
ହାଲ୍‌କା ଗରମ କ୍ଷୀର ରାତିରେ ପିଇବା ଦ୍ୱାରା ଦିନ ସାରାର ପରିଶ୍ରମର କ୍ଲାନ୍ତି ଦୂର ହୋଇଥାଏ । ତେଣୁ ଏସବୁକୁ ଆଖି ଆଗରେ ରଖି ଅନେକ ପୂର୍ବରୁ ବିବାହର ପ୍ରଥମ ରାତିରେ ନବବିବାହିତା ନିଜ ସ୍ୱାମୀଙ୍କୁ ଗ୍ଲାସରେ କ୍ଷୀର ଦେବାର ପରମ୍ପରା ରହି ଆସିଛି ।

Get real time updates directly on you device, subscribe now.