fbpx

ଲକଡାଉନ୍ କେବେ ହେବ? ମୁଖ୍ୟମନ୍ତ୍ରୀ କହିଲେ ଏମିତି

ଓଡ଼ିଶା ଭାସ୍କର ବ୍ୟୁରୋ: ହଟିନି କରୋନା ଭୟ । ସମ୍ଭାବ୍ୟ ତୃତୀୟ ତରଙ୍ଗ ଆଶଙ୍କା ଦୂର ହୋଇନି । ମହାମାରୀ କରୋନା ଭାଇରସ୍ ପାଇଁ ନଆଯାଇଛି ଅନେକ କଡ଼ା ପଦକ୍ଷେପ । ସେହିପରି ଭାଇରସ୍ ଚେନ୍ ଭାଙ୍ଗିବା ପାଇଁ ବାଧ୍ୟ ହୋଇ ସରକାର ଲକଡାଉନ୍-ଶଟଡାଉନ୍ ଆଦି ପଦକ୍ଷେପ ନେଇଛନ୍ତି । ତେବେ ପୁଣିଥରେ କେବେ ହୋଇପାରେ ଲକଡାଉନ? ଆଉ ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯଦି ଅକ୍ସିଜେନ୍ ଉତ୍ପାଦନ କ୍ଷମତା କମିଯିବ ତେବେ ପୁଣି ଲକଡାଉନ୍ ଲଗାଯିବ । ସମ୍ପ୍ରତି ରାଜ୍ୟରେ ଦୈନିକ ୧୩୦୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ଉତ୍ପାଦନ କ୍ଷମତା ରହିଛି କିନ୍ତୁ ତାହା ୭୦୦ ମେଟ୍ରିକ୍ ଟନକୁ ଖସିଗଲେ ପୁଣିଥରେ ଲକଡାଉନ୍ କରାଯାଇପାରେ।

ଦ୍ୱିତୀୟ ତରଙ୍ଗ କାଳରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାବେଳେ ଅକ୍ସିଜେନର ଆବଶ୍ୟକତା ମଧ୍ୟ ଅଧିକ ରହିଥିଲା । ଅନ୍ୟ ରାଜ୍ୟରୁ ୫୦୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍ କିଣିବାକୁ ପଡୁଥିଲା । ତେଣୁ ଆବଶ୍ୟକତାଠାର କମ୍ ଉତ୍ପାଦନ ହୋଇ ୭୦୦ ମେଟ୍ରିକ୍ ଟନ୍ରେ ପହଞ୍ଚିଲେ ପୁଣିଥରେ ରାଜ୍ୟରେ ଲକଡାଉନ୍ ଲଗାଇବାକୁ ପଡ଼ିବ । ଲକଡାଉନ୍ ପ୍ରତିବନ୍ଧକ ଢିଲା କରିବା ପରେ ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏଭଳି ମତ ଦେଇଛନ୍ତି । ଅନ୍ୟପକ୍ଷରେ ଅଗଷ୍ଟ ୧୫ରୁ ଦୋକାନ, ମଲ୍, ରେଷ୍ଟୁରାଣ୍ଟ, ଜିମ୍, ସେଲୁନ୍ ଆଦି ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ଯାଇପାରେ ବୋଲି ସୂଚନା ମିଳିଛି ।

 

Get real time updates directly on you device, subscribe now.