fbpx

ଇ-ସ୍କଲାରସିପରେ ହେରାଫେରି: ଉଚ୍ଚଶିକ୍ଷା ବିଭାଗର ପୂର୍ବତନ ଅଣ୍ଡର ସେକ୍ରେଟେରୀ ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗିରଫ ହେଲେ ଉଚ୍ଚଶିକ୍ଷା ବିଭାଗର ପୂର୍ବତନ ଅଣ୍ଡର ସେକ୍ରେଟେରୀ । ଅବସରପ୍ରାପ୍ତ ଅଣ୍ଡର ସେକ୍ରେଟେରୀ ପ୍ରକାଶ ଚନ୍ଦ୍ର ରଥଙ୍କୁ ଗିରଫ କରିଛି ଇଓଡବ୍ଲୁ । ଇ-ମେଧାବୃତ୍ତି ସ୍କଲାରସିପରେ ଅନିୟମିତତା କରିଥିବା ଅଭିଯୋଗ ପ୍ରକାଶ ଗିରଫ ହୋଇଛନ୍ତି ।

ସୂଚନା ମୁତାବକ, ଯୋଗ୍ୟ ନଥିବା ୨୩୫ ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍ ଦେଇଥିଲେ ପ୍ରକାଶ । ୨୩୫ ଛାତ୍ରଛାତ୍ରୀଙ୍କୁ ଦେଇଥିଲେ ୩୬.୧୦ ଲକ୍ଷ ଟଙ୍କା । ୨୦୧୪-୧୫ରେ ଏହି ମେଧାବୃତ୍ତି ସ୍କଲାରସିପରେ ଅନିୟମିତତା ହୋଇଥିଲା । ଯୋଗ୍ୟ ପିଲା ବୃତ୍ତି ପାଇନଥିବା ବେଳେ ଅଣଛାତ୍ର ପାଇଥିବା ଅଭିଯୋଗ ହୋଇଥିଲା । ସେତେବେଳେ ଉଚ୍ଚଶିକ୍ଷା ବିଭାଗର ସ୍କଲାରସିପ୍ ବିଭାଗର ଇନଚାର୍ଜ ଥିଲେ ପ୍ରକାଶ ରଥ । ଅନିୟମିତତା ନେଇ ଅଭିଯୋଗ ଜାଣିବା ପରେ ତଦନ୍ତ ଆରମ୍ଭ ହୋଇଥିଲା । ଘଟଣାର ତଦନ୍ତ ପାଇଁ ଇଓଡବ୍ଲୁକୁ ଚିଠି ଲେଖିଥିଲା ଉଚ୍ଚଶିକ୍ଷା ବିଭାଗ । ତଦନ୍ତ ପରେ ଅବସରପ୍ରାପ୍ତ ଅଣ୍ଟର ସେକ୍ରେଟାରୀଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.