fbpx
BSKY
BJD MC SKY
BJD YOUTH SKY

ପୁଣି ହୋଇପାରେ Lockdown; କରୋନା ମହାମାରୀ ପରେ ଏହି ଭାଇରସ ବଢାଇଲାଣି ଭୟ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦୀର୍ଘ ୨ ବର୍ଷ ପର୍ଯ୍ୟନ୍ତ ଲକଡାଉନ ଭଳି ଏକ ପରିସ୍ଥିତି ଦେଇ ଗତି କରିଛି ବିଶ୍ୱର ଅନେକ ଦେଶ । ଚୀନର ଉହାନରୁ ଆରମ୍ଭ ହୋଇଥିବା ଏହି କରୋନା ମହାମାରୀ ସାରା ବିଶ୍ୱର ମାନଚିତ୍ରକୁ ବଦଳାଇ ଦେଇଥିଲା । ବର୍ତ୍ତମାନ ପୁଣି ଥରେ ଲକଡାଉନ ପରିସ୍ତିତି ସୃଷ୍ଟି ହୋଇଛି । ଚୀନର ଆଉ ଏକ ଭାଇରସ ଏବେ ଲକଡାଉନ କରିବା ପାଇଁ ନିଷ୍ପତ୍ତି ନେବାକୁ ବାଧ୍ୟ କରୁଛି । କାରଣ ଦିନକୁ ଦିନ ଦେଶରେ ଇନଫ୍ଲୁଏଞ୍ଜା ସଂକ୍ରମଣ ବଢିବାରେ ଲାଗିଛି ।

ସାରା ଦେଶରେ ବର୍ତ୍ତମାନ ଇନଫ୍ଲୁଏଞ୍ଜା ସଂକ୍ରମଣକୁ ନେଇ ଭୟ ବଢିବାରେ ଲାଗିଛି । ଏହାସହ ପରିସ୍ଥିତି ମଧ୍ୟ ଜଟିଳ ହେବାରେ ଲାଗିଛି । ତେଣୁ ଚୀନରେ ଆଗକୁ ଲକଡାଉନ ଭଳି ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶଙ୍କା ମଧ୍ୟ ବଢିଲାଣି । ଚୀନର ଉତ୍ତର-ପଶ୍ଚିମ ସହର ସିଆନରେ ସଂକ୍ରମଣ ବୃଦ୍ଧିକୁ ରୋକ ଲଗାଇବା ପାଇଁ କୋଭିଡ ଭଳି ଲକଡାଉନ ପନ୍ଥା ଆପଣାଇଛନ୍ତିି ସରକାର । ଚାଇନିଜ୍ ସେଣ୍ଟର୍ ଫର୍ ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ ସୂଚନା ଦେଇଛି ଯେ, ଫ୍ଲୁ’ର ଆକ୍ଟିଭ ସଂକ୍ରମଣ ହାର ଗତ ସପ୍ତାହର ୨୫.୧%ରୁ ବୃଦ୍ଧି ପାଇ ୪୧.୬%ରେ ପହଞ୍ଚିଛି । ସେପଟେ କରୋନା ସଂକ୍ରମଣ ୫.୧%ରୁ ୩.୮%କୁ ହ୍ରାସ ପାଇଛି ।

ଏ ନେଇ ସିଆନ ସହରର ଅଧିକାରୀ କହିଛନ୍ତି ଯେ, ଏହି ଇନଫ୍ଲୁଏଞ୍ଜାର ବୃଦ୍ଧି ପାଉଥିବା ସଂକ୍ରମଣରେ ରୋକ ଲଗାଇବା ପାଇଁ କୋଭିଡ-୧୯ରେ ଲାଗୁ ହୋଇଥିବା ଲକଡାଉନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ । ଏଥିରେ ସ୍କୁଲ, କଲେଜ ସହିତ ଦୋକାନ ବଜାର ଆଦି ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯିବ । ଏହି ସହରର ଜନସଂଖ୍ୟା ପ୍ରାୟ ୧୩ ମିଲିୟନ ଲୋକଙ୍କୁ କରୋନା ସମୟରେ ଏକ ମାସ ସମ୍ପୂର୍ଣ୍ଣ ଲକଡାଉନରେ ଘର ଭିତରେ ବନ୍ଦୀ କରି ଦିଆଯାଇଥିଲା । ତେବେ ସରକାରୀ ରିପୋର୍ଟ ମୁତାବକ ଲଗାତାର ୬ ସପ୍ତାହରୁ ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହି ପିଜିଟିଭ ହାରରେ ବ୍ରେକ ଲଗାଇବା ପାଇଁ ଲକଡାଉନ ଉପାୟ ଫେରା ଆଣିବାକୁ ଯୋଜନା କରୁଛନ୍ତି ଚୀନ ସରକାର ।

Get real time updates directly on you device, subscribe now.