fbpx

ପ୍ରତିଦିନ ଏହି ବିଧିରେ କରନ୍ତୁ ସୂର୍ଯ୍ୟଙ୍କ ପୂଜା, ମାନ ସମ୍ମାନ ସହ ଶିଖର ଛୁଇଁବ ସଫଳତା

ନୂଆଦିଲ୍ଲୀ: ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ଗ୍ରହମାନଙ୍କର ରାଜା ସୂର୍ଯ୍ୟଦେବଙ୍କୁ ପୂଜ୍ୟ ସ୍ଥାନ ପ୍ରାପ୍ତ ହୋଇଛି । କଳିଯୁଗରେ ଏକମାତ୍ର ଦେବତା ଭାବେ ଭକ୍ତଙ୍କୁ ପ୍ରତିଦିନ ସାକ୍ଷାତ୍ ନିଜ ରୂପରେ ଦର୍ଶନ ଦିଅନ୍ତି ଭଗବାନ ସୂର୍ଯ୍ୟଦେବ । ସେଥିପାଇଁ ସୂର୍ଯ୍ୟ ଉଦୟ ସମୟକୁ ଶାସ୍ତ୍ରରେ ବ୍ରହ୍ମ ମୁହୂର୍ତ୍ତ ବୋଲି କୁହାଯାଇଥାଏ । ତେଣୁ ଅନେକ ଲୋକ ଏହି ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରି ଜଳଦାନ ପୂର୍ବକ ସୂର୍ଯ୍ୟଦେବଙ୍କୁ ପୂଜା କରିଥାନ୍ତି । ଏପରି ବିଧି ଅନୁଯାୟୀ ସୂର୍ଯ୍ୟଦେବଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଭକ୍ତମାନଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଥାଏ ।

ସୂର୍ଯ୍ୟଦେବଙ୍କୁ ପିତା, ପୁତ୍ର, ପ୍ରସିଦ୍ଧି, ବୈଭବ, ଯଶ, ତେଜ, ଆରୋଗ୍ୟତା, ଆତ୍ମବିଶ୍ୱାସ ଏବଂ ଇଚ୍ଛାଶକ୍ତିର କାରକ ବୋଲିୀ କୁହାଯାଏ । ଭାଗ୍ୟରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ କରିବା ପାଇଁ ଆଦିତ୍ୟ ହୃଦୟ ସ୍ତୋତ ପାଠ କରିବା ଉଚିତ । ଆସନ୍ତୁ ଜାଣିବା ଏହି ସ୍ତୋତ ପାଠ କରିବାର ବିଧି ବିଧାନ:

ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ସୁର୍ଯ୍ୟୋଦୟ ପୂର୍ବରୁ ଉଠି ସ୍ନାନାଦି କାଯ୍ୟ ସମାପନ କରି ନିଅନ୍ତୁ । ଏହାପରେ ଏକ ତମ୍ବାର ପାତ୍ରରେ ଜଳ ନେଇ ଏଥିରେ ଚନ୍ଦନ, ପୁଷ୍ପ ଆଦି ନିଅନ୍ତୁ ଏବଂ ଏହାକୁ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦାନ କରନ୍ତୁ । ଏହାପରେ ସୂର୍ଯ୍ୟଙ୍କୁ ଜଳଦାନ ସମୟରେ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ଏବଂ ସୂର୍ଯ୍ୟଦେବଙ୍କ ସମକ୍ଷ ହୃଦୟ ସ୍ତୋତ୍ର ପାଠ କରନ୍ତୁ । ତେବେ ଯଦି ଆପଣ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରିବାକୁ ଚାହୁଁଛନ୍ତି, ତେବେ ଶୁକ୍ଳ ପକ୍ଷର କୌଣସି ରବିବାରରୁ ପାଠ ଆରମ୍ଭ କରିବାକୁ ଚେଷ୍ଟା କରନ୍ତୁ । ଏହା ଶୁଭ ବୋଲି ବିଶ୍ୱାସ କରାଯାଏ । ତେବେ ଯଦି ଆପଣ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରୁଛନ୍ତି, ତେବେ ରବିବାର ଦିନ ମାଂସ ଆହାର, ମଦ୍ୟପାନ କିମ୍ବା ତୈଳର ବ୍ୟବହାର କରନ୍ତୁ ନାହିଁ ।

Get real time updates directly on you device, subscribe now.