fbpx

ଆହୁରି ମାସେ ବଢ଼ାଯାଉ ଲକଡାଉନ ଅବଧି: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୭ା୪(ଓଡ଼ିଶା ଭାସ୍କର): ଆଜି ଭିଡ଼ିଓ କନଫରେନ୍ସ ଜରିଆରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି । ଏହି ଆଲୋଚନା ପରେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ପ୍ରତିକ୍ରିୟା ରଖିଛନ୍ତିି । ସେ କହିଛନ୍ତି ଯେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ନିୟନ୍ତ୍ରଣରେ ରହିଛି । ସବୁ ଜିଲ୍ଳାରେ କୋଭିଡ଼ ହସ୍ପିଟାଲ ମଧ୍ୟ ରହିଛି । ତାଲାବନ୍ଦ ଅବଧିକୁ ଆହୁରି ମାସେ ବଢାଯାଉ ବୋଲି ସେ କହିଛନ୍ତି ।
ଏହାସହ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ନିକଟରେ ଓଡ଼ିଶା ଦାବି ରଖିଛି । ପ୍ରବାସୀ ଶ୍ରମିକ ପାଇଁ ସ୍ୱତନ୍ତ୍ର ଗାଇଡ଼ ଲାଇନ କେନ୍ଦ୍ର ସରକାର ଜାରି କରନ୍ତୁ । ବାହାରୁ ଆସୁଥିବା ଓଡ଼ିଆ ଯେଉଁ ରାଜ୍ୟରୁ ଫେରୁଛନ୍ତି ସେହି ରାଜ୍ୟରେ ତାଙ୍କର କରୋନା ପରୀକ୍ଷା କରାଯାଉ । ଓଡ଼ିଶାର ଦାବିକୁ ମଧ୍ୟ ଅନ୍ୟ ରାଜ୍ୟ ସମର୍ଥନ କରିଛନ୍ତି ବୋଲି ସେ କହିଛନ୍ତିି । ପ୍ରବାସୀ ଶ୍ରମିକ କିପରି ଓଡ଼ିଶା ଆସିବେ ସେନେଇ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି ।

Get real time updates directly on you device, subscribe now.