fbpx

ଜାଣିଶୁଣି ନିଜ ଲାଇଫ୍ ପାର୍ଟନରଙ୍କୁ ଏସବୁ ରାଜ୍ କହିନଥାନ୍ତି ଯୁବତୀ

ପଣ ଆପଣଙ୍କ ଲାଇଫ୍ ପାର୍ଟନରଙ୍କୁ ଅନେକ ବିଶ୍ୱାସ କରିଥାନ୍ତି । ଆମ ପାର୍ଟନର ଆମ ସହ ପ୍ରତ୍ୟେକ ବିଷୟ ସେୟାର କରିଥାନ୍ତି ବୋଲି ପୁରୁଷମାନେ ଭାବିଥାନ୍ତି । ଏପରିକି ସେମାନଙ୍କ କଥାକୁ ଆଖି ବୁଜି ବିଶ୍ୱାସ କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଆପଣଙ୍କ ଲାଇଫ୍ ପାର୍ଟନର ଅନେକ ବିଷୟ ଆପଣଙ୍କୁ ମଧ୍ୟ ଲୁଚାଇଥାନ୍ତି, ସେଗୁଡ଼ିକ ହେଉଛି…

ଅସରପାକୁ ଡ଼ର
ଅଧିକାଂଶ ଯୁବତୀ ଅସରପାକୁ ବହୁତ ଡରିଥାନ୍ତି । କିନ୍ତୁ ଏହି ବିଷୟ ଅନ୍ୟ ଆଗରେ ପ୍ରକାଶ କରିବାକୁ ସେମାନେ ପଛଘୁଞ୍ଚା ଦେଇଥାନ୍ତି । ଏହା ପ୍ରକାଶ କରିଦେଲେ ତାଙ୍କ ଦୁର୍ବଳତା ପ୍ରକାଶିତ ହୋଇଯିବ ବୋଲି ସେମାନେ ଭାବିଥାନ୍ତି । କିନ୍ତୁ ପ୍ରକୃତରେ ଅସରପା ସାମ୍ନାକୁ ଚାଲି ଆସିଲେ ଅସରପାକୁ ନେଇ ତାଙ୍କ ମନରେ ଥିବା ଡ଼ର ସମସ୍ତଙ୍କ ସାମ୍ନାକୁ ଚାଲି ଆସିଥାଏ ।

ଖାଦ୍ୟ ସମ୍ପର୍କରେ ଦୁର୍ବଳତା
ଅନେକ ଯୁବତୀ ସମସ୍ତଙ୍କ ସାମ୍ନାରେ କୌଣସି ଖାଦ୍ୟ ଖାଇବାକୁ ପଞ୍ଚଘୁଞ୍ଚା ଦେଇଥାନ୍ତି । ଅନେକ କ୍ଷେତ୍ରରେ ଖାଇବାକୁ ମନା ମଧ୍ୟ କରିଦିଅନ୍ତି । କିନ୍ତୁ ଏକୁଟିଆ ଥିଲେ ପେଟ ପୂର୍ଣ୍ଣ କରି ତାହାକୁ ଖାଇଥାନ୍ତି ।

ଅଫେୟାର୍ସ ସମ୍ପର୍କରେ
ଅନେକ ସମୟରେ ଯୁବତୀମାନେ ନିଜ ଲଭ୍ ଆଫେୟାର୍ସ ସମ୍ପର୍କରେ ନିଜ ପାର୍ଟନରଙ୍କ ସହ ସବୁ ବିଷୟ ସେୟାର କରି ନଥାନ୍ତି । ତେଣୁ ଭୁଲ୍‌ରେ ବି ନିଜ ଗାର୍ଲଫ୍ରେଣ୍ଡଙ୍କୁ ଏସବୁ ସମ୍ପର୍କରେ ବାରମ୍ବାର ପଚାରନ୍ତୁ ନାହିଁ ।

ଶାଶୂ ଘରର ସୁବିଧା ଅସୁବିଧା
ଅନେକ ମହିଳା ନିଜ ଶାଶୂଘରର ସୁବିଧା ଅସୁବିଧା ସମ୍ପର୍କରେ ପ୍ରକାଶ କରିବାକୁ ପଛଘୁଞ୍ଚା ଦେଇଥାନ୍ତି । ଏସବୁ ପ୍ରକାଶ କଲେ ଏହା ବାହାରେ ପ୍ରଚାରିତ ହୋଇଯିବାର ଭୟ ସେମାନଙ୍କ ମନରେ ରହିଥାଏ । ଏହାବ୍ୟତିତ ନିଜ ଲାଇଫ୍ ପାର୍ଟନରଙ୍କ ସାମ୍ନାରେ ଏସବୁ ପ୍ରକାଶ କଲେ ସେ ରାଗିଯିବାର ଅନେକ ଭୟ ସେମାନଙ୍କ ମନରେ ଥାଏ । ତେଣୁ ସେମାନେ ଏ ସମ୍ପର୍କରେ କିଛି ନକହି ଚୁପ୍ ରହିଥାନ୍ତି ।

ସୁନ୍ଦରତାର ସିକ୍ରେଟ
ଅଧିକାଂଶ ଯୁବତୀ ନିଜ ସୁନ୍ଦରତାର ରାଜ୍ ସମ୍ପର୍କରେ ପୁରୁଷଙ୍କୁ ପ୍ରକାଶ କରି ନଥାନ୍ତି । ସେ ନିଜ ରୂପକୁ ସୁନ୍ଦର ରୂପ ଦେବା ପାଇଁ ମେକଅପ୍ କରୁଥିବା ସମ୍ପର୍କରେ କେହି ନଜାଣନ୍ତୁ ବୋଲି ଯୁବତୀମାନେ ଭାବିଥାନ୍ତି ।

ଅତୀତ ଜୀବନ
ଯୁବତୀମାନେ ନିଜ ଅତୀତ ଜୀବନ ବିଷୟରେ ନିଜ ଲାଇଫ୍ ପାର୍ଟନରଙ୍କୁ କିଛି କହି ନଥାନ୍ତି । ଏସବୁ ପ୍ରକାଶ କରିବା ଦ୍ୱାରା ତାଙ୍କ ପାର୍ଟନର ଖରାପ ଭାବିବେ ବୋଲି ସେମାନେ ଭାବିଥାନ୍ତି ଏବଂ ନିଜ ଅତୀତ ଜୀବନ ପ୍ରକାଶ କରି ଆପଣଙ୍କୁ ଦୁଃଖ ଦେବାକୁ ଚାହାଁନ୍ତି ନାହିଁ ।

Get real time updates directly on you device, subscribe now.