fbpx

ଲକ୍‌ଡାଉନ୍‌ ସମୟରେ ଭୋକିଲା ଲୋକଙ୍କ ପାଇଁ ଆହାର ପାଲଟିଛି ସାହାରା, ୪ ଲକ୍ଷ ୬୧ ହଜାରରୁ ଅଧିକ ଲୋକ ଉପକୃତ

ଭୁବନେଶ୍ୱର (ଆପ୍ର): ଲକ୍‌ଡାଉନ ସମୟରେ ଏବେ ଲୋକଙ୍କ ଭୋକ ମେଂଟାଉଛି ଆହାର କେନ୍ଦ୍ର । ଭୋକିଲା ଲୋକଙ୍କ ପାଇଁ ସାହାରା ପାଲଟିଛି । ବିଶେଷ କରି ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ସହିତ ଅନେକ ଗରୀବ ଲୋକଙ୍କ ପାଇଁ ଏହା ବରଦାନ ସଦୃଶ ହୋଇଛି । କରୋନାର ଦ୍ୱିତୀୟ ସଂକ୍ରମଣ ତୀବ୍ର ହୋଇଥିଲେ ମଧ୍ୟ ଲୋକଙ୍କ ଆବଶ୍ୟକତାକୁ ଚାହିଁ ମାସ ୫ ତାରିଖରୁ ଲକ୍‌ଡାଉନ୍‌ ଆରମ୍ଭ ଦିନ ଠାରୁ ହିଁ ଆହାର କେନ୍ଦ୍ର ଗୁଡ଼ିକ ଯାଥରୀତି ଖୋଲା ରହିଛି । ତେବେ କର୍ତୃପକ୍ଷ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ସମୟରେ ଆହାର କେନ୍ଦ୍ରରେ ବସି ଖାଇବା ଅପେକ୍ଷା ଲୋକଙ୍କୁ ଖାଦ୍ୟ ସାମଗ୍ରୀ ପୁଡ଼ିଆ ଆକାରରେ ଦେବାପାଇଁ ନିଷ୍ପତି ନେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ  ଲକ୍‌ଡାଉନର ପ୍ରଥମ ଦିନ ସର୍ବାଧିକ ୧୬୬ଟି ଆହାର କେନ୍ଦ୍ର ଖୋଲିଥିବା ବେଳେ ଏଠାରେ ପ୍ରାୟ ୩୧ ହଜାର ମିଲ୍‌ ବିକ୍ରୟ ହୋଇଥିଲା । ମଇ ୫ରୁ ଗୁରୁବାର ଅର୍ଥାତ ୨୦ ତାରିଖ ମଧ୍ୟରେ ଦୁଇଟି ଶନିବାର ୮ ଓ ୧୫ ତାରିଖରୁ  ବାଦ୍‌ ଦେଲେ ଅନ୍ୟ ପ୍ରାୟ ସବୁଦିନ ୧୬୩ରୁ ଅଧିକ ଆହାର କେନ୍ଦ୍ର କାର୍ଯ୍ୟ କରୁଥିଲା । ଲକ୍‌ଡାଉନ ଅବଧି ବଢ଼ିବା ସହିତ ଆହାର କେନ୍ଦ୍ର ଗୁଡ଼ିକରେ ଲୋକଙ୍କ ମିଲ୍‌ ସଂଗ୍ରହ ପରିମାଣ ବଢ଼ି ୧୭ ଓ ୧୮ ତାରିଖ
ବେଳକୁ ଏହା ୪୦ ହଜାରକୁ ଟପିଯାଇଥିଲା । ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ର ଗୁଡ଼ିକରେ ସଂଖ୍ୟାଧିକ ରୋଗୀଙ୍କ ସମ୍ପର୍କୀୟ ଖାଦ୍ୟ ପୁଡ଼ିଆ ସଂଗ୍ରହ
କରୁଥିବା ଲକ୍ଷ୍ୟ କରାଯାଇଛି । ଏହି ସମୟ ମଧ୍ୟରେ ରାଜ୍ୟର ଆହାର କେନ୍ଦ୍ର ଗୁଡ଼ିକରେ ମୋଟ୍‌ ୪ ଲକ୍ଷ ୬୧ ହଜାରରୁ ଅଧିକ ମିଲ୍‌ ଲୋକେ ନେଇଥିବା ଜଣାଯାଇଛି ।

Get real time updates directly on you device, subscribe now.