fbpx

ସଂକ୍ରମଣ ୫ ପ୍ରତିଶତ ବଢ଼ିଲେ ବିଳମ୍ବ ନକରି ଲାଗୁ ହେବ ଲକଡାଉନ୍, ଜାଣନ୍ତୁ କଣ କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: ସମ୍ଭାବ୍ୟ କରୋନାର ତୃତୀୟ ଲହରକୁ ନେଇ ବିଭିନ୍ନ ରାଜ୍ୟର ସରକାର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ବର୍ତ୍ତମାନ କଟକଣା କୋହଳ କରାଯାଇଛି ସତ କିନ୍ତୁ ଜରୁରୀକାଳୀନ ପରିସ୍ଥିତି ସହିତ ଲଢ଼ିବା ପାଇଁ ମଧ୍ୟ ବିଭିନ୍ନ କ୍ଷେତ୍ରରେ ପ୍ରସ୍ତୁତି ଚଳାଇଛନ୍ତି କେନ୍ଦ୍ର ତଥା ରାଜ୍ୟ ସରକାର । ଇତି ମଧ୍ୟରେ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ କରୋନାର ତୃତୀୟ ଲହରକୁ ନେଇ ସଚେତନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ରାଜ୍ୟରେ ଯଦି ସଂକ୍ରମଣ ୫ ପ୍ରତିଶତ ବୃଦ୍ଧି ପାଇଲେ ଲକଡାଉନ୍ ପୁଣିଥରେ ଲାଗୁ କରାଯିବ ।

ବର୍ତ୍ତମାନ ଦିଲ୍ଲୀରେ ପିଏସଏ୍ ପ୍ଲାଣ୍ଟ ଲଗାଯାଉଛି । ସେହିପରି ଆଇସିୟୁ ଏବଂ ଭେଣ୍ଟିଲେଟର୍ ବଢ଼ାଇବା ପାଇଁ କାର୍ଯ୍ୟ କରାଯାଉଛି । ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଗୁରୁବାର ଏହି ପରିପ୍ରେକ୍ଷୀରେ ଭାରତୀୟ ବାଣିଜ୍ୟ ଏବଂ ଉଦ୍ୟୋଗ ମଣ୍ଡଳ ଦ୍ୱାରା ଆୟୋଜିତ ଏକ ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ଦ୍ୱିତୀୟ ଲହରରୁ ଆମେ ଅନେକ କିଛି ଶିଖି ଯାଇଛୁ । ତେଣୁ ମହାମାରୀ ସହ ଲଢ଼ିବାପାଇଁ ଆବଶ୍ୟକ ଉପାୟ କରାଯାଉଛି । ତୃତୀୟ ଲହର ପାଇଁ ୩୭ ହଜାର ଶଯ୍ୟାରୁ ଅଧିକ ଶଯ୍ୟାର ବ୍ୟବସ୍ଥା କରାଯାଉଛି ।

ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ କହିଛନ୍ତି ଯେ ତୃତୀୟ ଲହର ବିରୋଧରେ ସେ ତାଙ୍କ ଯୋଜନା ମଧ୍ୟ ସାର୍ବଜନୀନ କରିଛନ୍ତି। ଯଦି କୋଭିଡ୍ ପଜିଟିଭିଟି ହାର ବର୍ତ୍ତମାନ ୫ ପ୍ରତିଶତକୁ ଯାଏ ତେବେ ଆମେ କୌଣସି ବିଳମ୍ବ ନକରି ତୁରନ୍ତ ଲକଡାଉନ୍ କରାଯିବ । ସଂକ୍ରମଣ ହାର ବୃଦ୍ଧି ପାଇବା ଉପରେ କୌଣସି ପ୍ରକାର ଅବହେଳା କରାଯିବ ନାହିଁ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି ।

Get real time updates directly on you device, subscribe now.