fbpx

(Video)କାଞ୍ଚନଜଙ୍ଗା ରେଳ ଦୁର୍ଘଟଣାରେ ବଡ ଖୁଲାସା, ଲୋକୋ ପାଇଲଟ୍‌ଙ୍କ ଏହି ଭୁଲ୍ ପାଇଁ ଚାଲିଗଲା ଏତେ ଜୀବନ

Advertisement

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ନ୍ୟୁ ଜଳପାଇଗୁଡିରେ ମାଲବାହୀ ଗାଡି ଓ କାଞ୍ଚନଜଙ୍ଗା ଏକ୍ସପ୍ରେସ୍ ମଧ୍ୟରେ ଧକ୍କା ହେବା ଫଳରେ ଏ ପର୍ଯ୍ୟନ୍ତ ୮ ଜଣଙ୍କ ଜୀବନ ଯାଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି । ତେବେ ଏହି ଦୁର୍ଘଟଣାର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି କି ଟ୍ରେନ୍‌ର ଲୋକୋପାଇଲଟ୍ ସିଗନାଲକୁ ଅଣଦେଖା କରିବାରୁ ଏହି ଦୁର୍ଘଟଣା ଘଟିଛି ।

ରେଲୱେ ବୋର୍ଡ ଅଧ୍ୟକ୍ଷ ଜୟା ବର୍ମା ସିହ୍ନା କହିଛନ୍ତି, ମାଲବାହୀ ଗାଡିର ଡ୍ରାଇଭର ଯାତ୍ରୀ ଟ୍ରେନକୁ ଧକ୍କା ଦେଇଛନ୍ତି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି କି ମାଲଗାଡିର ଡ୍ରାଇଭର ସିଗନାଲକୁ ଅଣଦେଖା କରିଥିଲେ । ଏହି କାରଣରୁ ଯାତ୍ରୀବାହି ଟ୍ରେନର ସବୁଠାରୁ ପଛରେ ଥିବା ଗାର୍ଡଙ୍କ ବଗି ସଂପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଛି ଓ ଆଗରେ ଥିବା ୨ଟି ପାର୍ସଲ ଭ୍ୟାନ୍ ବଗି ବି କ୍ଷତିଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ମାଲଗାଡିର ଚାଳକ ଓ କାଞ୍ଚନଜଙ୍ଗା ଚାଳକ ଉଭୟଙ୍କର ମୃତ୍ୟୁ ହୋଇଛି ।

ସିହ୍ନା କହିଛନ୍ତି ଏହି ଦୁର୍ଘଟଣାରେ ମାନବୀୟ ତ୍ରୁଟି ସାମ୍ନାକୁ ଆସିଛି । କିନ୍ତୁ ଯାଞ୍ଚ ସରିବା ପରେ ଯାଇ ସଠିକ୍ ତଥ୍ୟ ମିଳିଯିବ ।

Get real time updates directly on you device, subscribe now.