fbpx

ଉଡ଼ିଉଡ଼ି ଛତିଶଗଡ଼ରେ ପହଞ୍ଚିଲେ ପଙ୍ଗପାଳ

ଛତିଶଗଡ଼, ୧ା୬: ଛତିଶଗଡ଼ରେ ଉଡ଼ିଉଡ଼ି ପହଞ୍ଚିଲେ ପଙ୍ଗପାଳ । ମଧ୍ୟପ୍ରଦେଶ–ଛତିଶଗଡ଼ ନିକଟବର୍ତ୍ତୀ ଅଞ୍ଚଳରେ ପହଞ୍ଚିଛନ୍ତି । କୋରିଆ ଜିଲ୍ଲା ଭରତପୁରର ୩ଟି ଗ୍ରାମରେ ପଙ୍ଗପାଳ ପହଞ୍ଚିଥିବା ନେଇ ସୂଚନା ରହିଛି । ତେଣୁ ଘଟଣାସ୍ଥଳରେ ବନ ବିଭାଗ ଓ କୃଷି ବିଭାଗ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଛନ୍ତି । ଅଗ୍ନିଶମ ବାହିନୀ ଦ୍ୱାରା ପଙ୍ଗପାଳ ଉପରକୁ ପାଣି ମାଡ଼ କରାଯାଉଛି । ପାଣିମାଡ଼ କରି ପଙ୍ଗପାଳଙ୍କୁ ଘଉଡ଼ାଇବା ପାଇଁ ପ୍ରୟାସ ଜାରି ରହିଛି । ଏହାସହ ଅନ୍ୟପଟେ ବାଣ ଓ ବାଜା ବଜାଇ ଲୋକ ପଙ୍ଗପାଳ ଘଉଡ଼ାଇଛନ୍ତି । ଛତିଶଗଡ଼ରେ ପଙ୍ଗପାଳ ପହଞ୍ଜିବା ପରେ ଓଡ଼ିଶା ପାଇଁ ବିପଦ ରହିଛି ।

Get real time updates directly on you device, subscribe now.