fbpx
BJD SKY
BJD SKY

Lok Sabha Election 2024, ଏହି ସମୟରେ ହେବ ନିର୍ବାଚନ ତାରିଖ ଘୋଷଣା, ଜାଣନ୍ତୁ କେତେ ପର୍ଯ୍ୟାୟରେ ହେବ ମତଦାନ

BJD

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ତାରିଖ କେବେ ଘୋଷଣା କରାଯିବ ଏହାକୁ ନେଇ ସାମ୍ନାକୁ ଆସିଲା ବଡ ଅପଡେଟ୍ । ମିଳିଥିବା ସୂତ୍ରରୁ ଜଣାଯାଇଛି ନିର୍ବାଚନ କମିଶନ ୧୩ ମାର୍ଚ୍ଚ ପରେ କୌଣସି ବି ଦିନ ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି । ୨୦୨୪ ଲୋକସଭା ନିର୍ବାଚନ ୭ରୁ ୮ ପର୍ଯ୍ୟାୟ ମଧ୍ୟରେ ହୋଇପାରେ ।
ନିର୍ବାଚନ ଆୟୋଗ ୧୩ ମାର୍ଚ୍ଚ ପରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି । ନିର୍ବାଚନ କମିଶନ ସାଧାରଣ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ଆକଳନ କରିବା ପାଇଁ ବହୁ ରାଜ୍ୟ ଗସ୍ତ କରୁଛନ୍ତି ଓ ଏହା ସଂପୂର୍ଣ୍ଣ ହେବା ପରେ ତାରିଖ ଘୋଷଣା କରିଦିଆଯିବ ।

ଏବେ କେନ୍ଦ୍ର ନିର୍ବାଚନ କମିଶନ ଅଧିକାରୀ ତାମିଲନାଡୁ ଗସ୍ତରେ ଅଛନ୍ତି । ଏହାପରେ ଉତ୍ତରପ୍ରଦେଶ ଓ ଜାମ୍ମୁ କାଶ୍ମୀର ଗସ୍ତ କରିବେ । ୧୩ ମାର୍ଚ୍ଚ ପୂର୍ବରୁ ଏହି ଗସ୍ତ କାର୍ଯ୍ୟକ୍ରମ ଶେଷ ହେବ । ଏହା ସହିତ ଗତ କିଛିମାସ ହେବ ନିର୍ବାଚନ କମିଶନ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ଆକଳନ କରିବା ପାଇଁ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ନିୟମିତ ବୈଠକ କରି ଆସୁଛନ୍ତି । ଅଧିକାରୀ କହିଛନ୍ତି ଚଳିତ ବର୍ଷ ନିର୍ବାଚନକୁ ସୁଚାରୁ ରୂପରେ ପରିଚାଳନା କରିବା ପାଇଁ ଏଆଇ (AI) ଉପଯୋଗ କରାଯିବାର ଯୋଜନା ପ୍ରସ୍ତୁତ ହେଉଛି ।

Get real time updates directly on you device, subscribe now.