fbpx

ପାଳିତ ହେଲା ଲୋକକଳା ଦିବସ: କରୋନା ଯୋଗୁଁ ଏଥର ଭର୍ଚୁଆଲ ମୋଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ବିଭିନ୍ନ ଜିଲ୍ଲାର ଲୋକକଳାକୁ ସଂରକ୍ଷଣ କରିବା ସହ କଳାକାରଙ୍କ ଆର୍ଥିକ, ସାମାଜିକ ଏବଂ କଳା ନୈପୁଣ୍ୟତାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ଜୁନ୍ ୧୪ରେ ଲୋକକଳା ମହୋତ୍ସବ ଉଦଘାଟନ କରିଥିଲେ । ସେହିଦିନଠାରୁ ଜୁନ୍ ୧୪ ତାରିଖକୁ ଲୋକକଳା ଦିବସ ଭାବେ ପାଳନ କରାଯାଉଛି ।

ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭର୍ଚୁଆଲ ଭାବରେ ପାଳନ ହୋଇଛି ଏହି ଲୋକକଳା ମହୋତ୍ସବ । ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ଦ୍ୱାରା ଭର୍ଚୁଆଲ ମୋଡରେ ଆୟୋଜିତ ହୋଇଥିଲା ଲୋକକଳା ମହୋତ୍ସବ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଲୋକକଳାର ଶିଳ୍ପୀମାନେ ଭିନ୍ନ ଭିନ୍ନ କଳା ପ୍ରଦର୍ଶନ କରିଥିଲେ ।

କାର୍ଯ୍ୟକ୍ରମରେ ଅତିଥି ଭାବରେ ବିଜେଡି ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ମାନ୍ୟବର ସାଂସଦ ଡ. ଅମର ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଡ. ଗୋପବନ୍ଧୁ ଦାଶ ଓ ଶ୍ରୀ ପ୍ରଦୀପ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରିଥିଲେ ।

Get real time updates directly on you device, subscribe now.