fbpx

କରୋନା ଭାଇରସ୍: ଥଣ୍ଡା, ଜ୍ୱର ଅନୁଭବ କଲେ ୧୪ଦିନ ଛୁଟି

ନୂଆଦିଲ୍ଲୀ, ୧୯ା୩: ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । କରୋନା ପାଇଁ ଲୋକସେବା ଭବନ କର୍ମଚାରୀଙ୍କ ପାଇଁ କଟକଣା ଲାଗୁ ହୋଇଛି । ଯଦି କୌଣସି କର୍ମଚାରୀ ଥଣ୍ଡା, ଜ୍ୱର ଅନୁଭବ କରିବେ ତେବେ ସେମାନଙ୍କୁ ୧୪ଦିନ ଛୁଟି ମିଳିବ । ସେହି କର୍ମଚାରୀମାନେ ୧୪ଦିନ ପାଇଁ ହୋମ୍ ଆଇସୋଲେସନରେ ରହିବେ । ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ଏନେଇ ସୂଚନା ଦେଇଛନ୍ତି ।
ଅନ୍ୟପଟେ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଲୋକସେବା ଭବନରେ କଟକଣା ଲାଗୁ ହୋଇଛି । କରୋନା ପାଇଁ ଭିଜିଟର୍ସ ପାସକୁ ବାତିଲ କରାଯାଇଛି ।

କରୋନାରେ ଭାରତରେ ୧୬୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ହୋଇସାରିଛି । ସେହିପରି ଓଡ଼ିଶାରେ ମଧ୍ୟ ଜଣେ କରୋନାରେ ଆକ୍ରାନ୍ତ ଅଛନ୍ତି ।

Get real time updates directly on you device, subscribe now.