fbpx

ଆମେ ସମସ୍ତେ ଏକ ପରିବାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୭ା୧(ଓଡ଼ିଶା ଭାସ୍କର): ଲୋକସେବା ଭବନ ସମ୍ମିଳନୀ କକ୍ଷରେ ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ହୋଇଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇଛନ୍ତି । ସେ କହିଛନ୍ତି ଲୋକଙ୍କ ପାଇଁ ସରକାର କଠିନ ପରିଶ୍ରମ କରୁଛି । ସାଢ଼େ ୪କୋଟି ଲୋକଙ୍କ ଦାୟିତ୍ୱ ସରକାରଙ୍କ ଉପରେ ରହିଛି । ମନ୍ତ୍ରୀ ଓ ଅଫିସରଙ୍କୁ କିପରି କାର୍ଯ୍ୟ କରିବେ ସେନେଇ ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଗଣତନ୍ତ୍ରରେ ଲୋକ ହେଉଛନ୍ତି ପ୍ରକୃତ ମାଲିକ ବୋଲି ନବୀନ କହିଛନ୍ତି । ଲୋକଙ୍କ ଟଙ୍କାରେ ଆମେ ଦରମା ପାଉଛୁ । ପଞ୍ଚମ ପାଳିରେ ଉକ୍ରୃଷ୍ଟ ସେବା ଯୋଗାଇବା ଆମର ଲକ୍ଷ୍ୟ । ଏହାସହ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ମଧ୍ୟ ଆମର ଲକ୍ଷ୍ୟ ହେବା ଉଚିତ । ଆମେ ସମସ୍ତେ ଏକ ପରିବାର ବୋଲି ମଧ୍ୟ କହିଛନ୍ତି । ଛାତ୍ରଙ୍କ ପାଇଁ ଶିକ୍ଷା, ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ରହିଛି । ସେହି ସମ୍ମିଳନୀରେ ବରିଷ୍ଠ ଆଇଏଏସ, ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହିିଥିଲେ ।

Get real time updates directly on you device, subscribe now.