fbpx

ଶସ୍ତା ପେଟ୍ରୋଲ କିଣିବାକୁ ଲମ୍ବା ଲାଇନ୍, ଜାଣନ୍ତୁ ଦେଶର କେଉଁଠି

ରାଜସ୍ଥାନ: କେନ୍ଦ୍ର ସରକାରଙ୍କ ପରେ ଏବେ ଅନେକ ରାଜ୍ୟ ପ୍ରେଟ୍ରୋଲ ଉପରୁ ଭାଟ୍ ଛାଡ଼ କରିଛନ୍ତି । ଏହି କ୍ରମରେ ପଞ୍ଜାବ ସରକାର ମଧ୍ୟ ପେଟ୍ରୋଲ ଏବଂ ଡିଜେଲର ଦାମ୍ କମ୍ କରିଛନ୍ତି । ପଞ୍ଜାବ ସରକାରଙ୍କ ଦ୍ୱାରା କରାଯାଇଥିବା ଭାଟ୍ ଛାଡ଼ ପରେ ଏବେ ପେଟ୍ରୋଲ ୨୧ ଟଙ୍କା ପ୍ରତି ଲିଟର ଏବଂ ଡିଜେଲ ୧୭ ଲିଟର ଶସ୍ତା ହୋଇଛି ।

ତେବେ ଶସ୍ତା ହେବାପରେ ଶ୍ରୀ ଗଙ୍ଗାନଗର ସହ ପଞ୍ଜାବ ସୀମାରେ ଥିବା ପେଟ୍ରୋଲ ପମ୍ପରେ ରାଜସ୍ଥାନ ବାହନ ଚାଳକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଉପଭୋକ୍ତାମାନେ କହିଛନ୍ତି ରାଜସ୍ଥାନ ସରକାରଙ୍କୁ ମଧ୍ୟ ଏହା ପ୍ରତି ଧ୍ୟାନ ଦେବା ଦରକାର ଏବଂ ପେଟ୍ରୋଲ ଏବଂ ଡିଜେଲର ଦାମ୍ କରିବା ଦରକାର ।

ସୂଚନାଯୋଗ୍ୟ, ଗତ ୪ ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ କୃଷି ସେସ୍ ଛାଡ଼ କରିଥିଲେ । ଏହାପରେ ଦେଶର ଅନେକ ରାଜ୍ୟମ ମଧ୍ୟ ସେମାନଙ୍କ ସ୍ତରରେ ଟିକସ ଛାଡ଼ କରିଛନ୍ତି ।

 

Get real time updates directly on you device, subscribe now.