fbpx

News across the Earth, news close to your heart, Read Odisha Bhaskar English

ଦୀର୍ଘ ଦିନର ପ୍ରେମ ସମ୍ପର୍କରେ ଶାରୀରିକ ସମ୍ପର୍କକୁ ନେଇ ହୋଇପାରିବନି ବଳାତ୍କାର ଅଭିଯୋଗ

ଓଡିଶା ଭାସ୍କର: ଦୀର୍ଘ ଦିନର ପ୍ରେମ ସମ୍ପର୍କରେ ଶାରୀରିକ ସମ୍ପର୍କ ରୁହେ, ଯଦି ପୁରୁଷ କୌଣସି କାରଣରୁ ଉକ୍ତ ମହିଳାଙ୍କୁ ବିବାହ କରିବାକୁ ମନା କରନ୍ତି ତେବେ ଅଭିଯୁକ୍ତ ବିରୋଧରେ ହୋଇପାରିବନି ବଳାତ୍କାର ଅଭିଯୋଗ । ଏନେଇ ଏକ ମାମଲାର ଶୁଣାଣି କରିଛନ୍ତି ଆହ୍ଲାବାଦ ହାଇକୋର୍ଟ। ଏହା ଉପରେ ହାଇକୋର୍ଟର ଜଷ୍ଟିସ ଅନିଷ ଗୁପ୍ତା କହିଛନ୍ତି ଯେ ଅଭିଯୁକ୍ତ ଏବଂ ପୀଡିତାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ସମ୍ପର୍କ ରହିଥିଲା ଏବଂ ପୀଡିତାଙ୍କ ପରିବାର ସଦସ୍ୟ ମଧ୍ୟ ଏହି ସମ୍ପର୍କ ବିଷୟରେ ଅବଗତ ଥିଲେ। ତେଣୁ, ଏପରି ସମ୍ପର୍କ ଭାଙ୍ଗିବା ପରେ ଏହାକୁ ବଳାତ୍କାର ବୋଲି ବିବେଚନା କରାଯାଇପାରିବ ନାହିଁ ।

କୋର୍ଟ କହିଛନ୍ତି, ଅଭିଯୁକ୍ତ ଏବଂ ପୀଡିତା ପରସ୍ପରକୁ ପନ୍ଦର ବର୍ଷ ପର୍ଯ୍ୟନ୍ତ ଜାଣିଥିଲେ। ଏବଂ ଆଠ ବର୍ଷରୁ ଅଧିକ ସମୟ ଧରି ଶାରୀରିକ ସମ୍ପର୍କ ଥିଲା। ଏଥିରେ ପୀଡିତାଙ୍କ ସମ୍ମତି ଥିଲା ଏବଂ ତାଙ୍କ ଇଚ୍ଛା ବିରୁଦ୍ଧରେ କିଛି ନଥିଲା। ଏହି ଘଟଣା ୨୦୦୮ରୁ ଅଟେ । ପରେ ମଧ୍ୟ ସନ୍ଥ କବୀର ନଗାରରେ ରହୁଥିବା ଜଣେ ଝିଅ ଗୋରଖପୁରର ଜିଆଉଲ୍ଲାଙ୍କୁ ଭେଟିଥିଲେ। ଦୁହେଁ ପୀଡିତାଙ୍କ ଭଉଣୀଙ୍କ ବିବାହ ଉତ୍ସବରେ ପରସ୍ପରକୁ ଭେଟିଥିଲେ। ସାକ୍ଷାତ ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରିବାର ସଦସ୍ୟଙ୍କ ସହମତିରେ ପରସ୍ପରକୁ ଦେଖା ସାକ୍ଷାତ ବଢିଥିଲା ଓ ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢି ଇଠିଥିଲା ।

ଝିଅର ପରିବାର ଜିଆଉଲ୍ଲା ଉପରେ ବିବାହ ପାଇଁ ଚାପ ପକାଇଲେ। କିନ୍ତୁ ସେ ବିବାହ କରିବାକୁ ମନା କରିଦେଇଥିଲେ। ଏହା ପରେ ନାବାଳିକା ସାନ୍ତ କବୀର ନଗର ପୋଲିସ ଷ୍ଟେସନରେ ଜିଆଉଲ୍ଲାଙ୍କ ବିରୋଧରେ ବଳାତ୍କାର ମାମଲା ଦାୟର କରିଥିଲେ। ତେବେ ବର୍ତ୍ତମାନ ଜିଆଉଲ୍ଲାଙ୍କ ବିରୋଧରେ ହୋଇଥିବା ବଳାତ୍କାର ମାମଲାକୁ ଆହ୍ଲାବାଦ ହାଇକୋର୍ଟ ବାତିଲ କରିଛନ୍ତି। କୋର୍ଟ ସ୍ୱୀକାର କରିଛନ୍ତି ଯେ ଯଦି ଶାରୀରିକ ସମ୍ପର୍କ ଦୀର୍ଘ ସମୟ ଧରି ଚାଲିବ ତେବେ ଏହାକୁ ବଳାତ୍କାରର ଆଭିମୁଖ୍ୟରେ ଅଣାଯାଇପାରିବ ନାହିଁ ।

Get real time updates directly on you device, subscribe now.