fbpx
BJD SKY
BJD SKY

ଘରୋଇ ଓ ଅନ୍ତର୍ଜାତୀୟ ସିଜିନ ପାଇଁ ଅଫିସିଆଲ ପାର୍ଟନର ନାମ ଘୋଷଣା କଲା BCCI

BJD

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଘରୋଇ ଓ ଅନ୍ତର୍ଜାତୀୟ ସିଜିନ ପାଇଁ ଅଫିସିଆଲ ପାର୍ଟନର ନାମ ଘୋଷଣା କରିଛି । ୨୦୨୩-୨୦୨୬ ସିଜିନ ପାଇଁ ଏସବିଆଇ ଲାଇଫକୁ ଅଫିସିଆଲ ପାର୍ଟନର ଭାବେ ଘୋଷଣା କରିଛି ବିସିସିଆଇ । ଏସବିଆଇ ଲାଇଫ ବିସିସିଆଇ ସହିତ ୩ ବର୍ଷିଆ ଚୁକ୍ତି କରିଛି । ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ୩ ଦିନିଆ ସିରିଜରେ ସେମାନଙ୍କର ଭାଗିଦାରିତା ଆରମ୍ଭ ହେବ ।

ଅଧିନାୟକ ରୋହିତ ଶର୍ମା ଓ ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ପ୍ରଥମ ଦୁଇଟି ଦିନିକିଆ ମ୍ୟାଚ ପାଇଁ ବିଶ୍ରାମ ଦିଆଯାଇଛି । ଏହି ଅବସରରେ କେ.ଏଲ ରାହୁଲ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ । ଉଭୟ ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟ ପାଇଁ ବିସିସିଆଇ ଏସବିଆଇ ଲାଇଫକୁ ନୂଆ ଅଫିସିଆଲ ପାର୍ଟନର ଭାବେ ବାଛିଥିବା ନେଇ ବିସିସିଆଇ ସଭାପତି ରୋଜର ବିନ୍ନି ଘୋଷଣା କରିଛନ୍ତି ।

ଆଗାମୀ ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପକୁ ଦୃଷ୍ଟିରେ ରଖି ଏସବିଆଇ ଲାଇଫକୁ ଅଫିସିଆଲ ପାର୍ଟନର ଭାବେ ବଛାଯିବା ନିଶ୍ଚିତ ଭାବେ ଏକ ଖୁସିର ମୁହୂର୍ତ୍ତ । ଏହି ଭାଗିଦାରିତା କ୍ରିକେଟର ପ୍ରତ୍ୟେକ ସ୍ତରକୁ ସହଯୋଗ କରିବା ସହିତ ପ୍ରସାର ଦିଗରେ କାର୍ଯ୍ୟ କରିବ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ କହିଛନ୍ତି । ସେହିପରି ଏସବିଆଇ ଲାଇଫ ସହିତ ଆମର ଏକ ନୂଆ ଅଧ୍ୟାୟ ଆରମ୍ଭ ହେବ ବୋଲି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା କହିଛନ୍ତି । ଏସବିଆଇ ଲାଇଫ ସହିତ ଭାଗିଦାରିତା କ୍ରିକେଟର ତୃଣମୂଳ ସ୍ତରର ବିକାଶ ଦିଗରେ ସହାୟକ ହେବ ବୋଲି ବିସିସିଆଇ କୋଷାଧ୍ୟକ୍ଷ ଆଶିଷ ଶେଲାର କହିଛନ୍ତି ।

Get real time updates directly on you device, subscribe now.