fbpx

ମିଳୁନାହିଁ କି ମନପସନ୍ଦ ଜୀବନସାଥି, ଚିନ୍ତା କରନ୍ତୁନି, ଏଆଇ ସାହାଯ୍ୟରେ ନିଜେ ଗଢିପାରିବେ ନିଜ ପସନ୍ଦର ଜୀବନସାଥି

ନୂଆଦିଲ୍ଲୀ: ସମସ୍ତେ ନିଜ ପାଇଁ ଏକ ପରଫେକ୍ଟ ପାର୍ଟନର ବା ମନ ପସନ୍ଦର ଜୀବନସାଥି ଖୋଜିଥାନ୍ତି । କିନ୍ତୁ ଏପରି ଜୀବନସାଥି ପାଇବା ବହୁତ କଷ୍ଟକର ହୋଇଥାଏ । ଏଥିପାଇଁ ବହୁ ଲୋକଙ୍କୁ ଭେଟିବାକୁ ପଡିଥାଏ ଓ ପାର୍ଟନର ବାଛିବା ପୂର୍ବରୁ ତାଙ୍କ ବିଷୟରେ ବହୁ ଜିନିଷ ପତ୍ତା ଲଗାଇବାକୁ ପଡିଥାଏ । କିନ୍ତୁ ଯଦି ଆପଣଙ୍କ ମନ ପସନ୍ଦର ପାର୍ଟନର କିଏ ତିଆରି କରି ଆପଣଙ୍କ ସାମ୍ନାରେ ରଖି ଦେଇଯିବ ତେବେ କ’ଣ ହେବ । ଏହା ଆପଣଙ୍କୁ କୌଣସି କଳ୍ପନା ପରି ମନେ ହୋଇପାରେ କିନ୍ତୁ ଏବେ ଏହା ଆଉ କଳ୍ପନା ହୋଇ ରହିନାହିଁ । କାରଣ ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆପଣଙ୍କ ମନ ପସନ୍ଦର ଜୀବନସାଥି ଏଣିକି ଗଢିକରି ଆପଣଙ୍କୁ ଦେବ । ଏହିପରି ଏକ ପ୍ରୋଜେକ୍ଟର ଆରମ୍ଭ କରିଛି ଆଣ୍ଡ୍ରିସେନ ହୋରୋୱିଜ୍ ନାମକ କମ୍ପାନୀ ।

ଏହି କମ୍ପାନୀ A16Z ଭାବରେ ମଧ୍ୟ ପରିଚିତ ଯାହା ସିଲିକନ୍ ଭ୍ୟାଲିରେ ରହିଛି । କମ୍ପାନୀ ଏଆଇ ବେସଡ୍ ପାର୍ଟନର ସୃଷ୍ଟି କରିବାର ଗାଇଡ୍  GitHub ରେ ସେୟାର କରିଛି ଯେଉଁଥିରେ କୁହାଯାଇଛି କିପରି ଆପଣ ନିଜ ପାଇଁ ଏକ କଷ୍ଟମାଇଜେବଲ୍ ଏଆଇ ପାର୍ଟନର କ୍ରିଏଟ୍ କରିପାରିବେ ।
ଏଥିରେ ଆପଣଙ୍କୁ ବିଭିନ୍ନ ପର୍ସନାଲିଟି ଓ ବ୍ୟାକଗ୍ରାଉଣ୍ଡ ଚୟନ କରିବାକୁ ସୁଯୋଗ ଦିଆଯିବ । କମ୍ପାନୀ କହିଛି ୟୁଜର୍ସ ନିଜ ପାର୍ଟନର ଠିକ୍ ସେହିପରି ତିଆରି କରିପାରିବେ ଯେପରି ସେମାନେ ଚାହିଁବେ । ଏଥିପାଇଁ ଆପଣଙ୍କୁ ତାହାର ବ୍ୟାକଷ୍ଟୋରୀ ଲେଖିବାକୁ ହେବ ଓ ସେହି ପ୍ରକାର ଏଆଇ ମଡେଲ ଚୟନ କରିବାକୁ ହେବ । ତେବେ ଏହି ପ୍ରୋଜେକ୍ଟ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି । ବହୁ ଟେକ୍ନୋଲଜି ଲଭର୍ସ ଏହି ଆଇଡିଆକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । କମ୍ପାନୀ କହିଛି କିଛି ଲୋକ ଏଆଇ ସହିତ ରୋମାଣ୍ଟିକ ରିଲେସନସିପ୍ ର ପରୀକ୍ଷଣ କରିବାକୁ ଚାହୁଁଛନ୍ତି । ଏହାକୁ ନଜରରେ ରଖି କମ୍ପାନୀ ଏହିପରି ପ୍ରୟାସ ଆରମ୍ଭ କରିଛି । ଏଥିରେ ଆପଣଙ୍କୁ କିଛି ପ୍ରିମେଡ୍ ଏଆଇ ମଡେଲସ୍ ମିଳିଯିବ । ରେପ୍ଲିକା ଏପରି ଏକ ପ୍ଲାଟଫର୍ମ ଯେଉଁଠି ଆପଣ ନିଜ ପସନ୍ଦର ଏଆଇ ଚାଟବାଟ୍ ପାର୍ଟନର ସନ୍ଧାନ କରିପାରିବେ । କିଛି ସମୟ ପୂର୍ବରୁ ଗୁଗୁଲର ପୂର୍ବତନ ଏକ୍ଜିକ୍ୟୁଟିଭ ଏଆଇ ରୋବଟସକୁ ନେଇ କହିଥିଲେ ଯେ, ଭବିଷ୍ୟତରେ ଏହା ମନୁଷ୍ୟର ସେକ୍ସ ପାର୍ଟନର ବି ହୋଇପାରିବ ।

 

Get real time updates directly on you device, subscribe now.