fbpx

ପୁଣି ଦୁଷ୍କର୍ମ ପରେ ହତ୍ୟା! ଉଦ୍ଧାର ହେଲା ନିଖୋଜ ୭ ବର୍ଷୀୟ ନାବାଳିକାଙ୍କ ମୃତଦେହ

Advertisement

ବାରିପଦା: ସାରା ଦୁନିଆରେ ଦୁଷ୍କର୍ମ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଅନେକ ଧରାପଡି ଜେଲ ଯାଇ ଦଣ୍ଡ ପାଉଥିବା ବେଳେ ସେମାନଙ୍କ ମଧ୍ୟରେ କୌଣସି ସୁଧାର ଦେଖାଯାଉନି । ତେବେ ଏହାରି ମଧ୍ୟରେ ପୁଣି ଏଭଳି ଏକ ମାମଲା ବାରିପଦାରେ ଘଟିଥିବା ଜଣାପଡିଛି । ଗତକାଲିଠାରୁ ବାରିପଦାରେ ଏକ ୭ ବର୍ଷୀୟ ନାବାଳିକା ଝିଅ ନିଖୋଜ ଥିଲା ଏବଂ ବର୍ତ୍ତମାନ ତାର ମୃତଦେହ ଉଦ୍ଧାର କରାଯାଇଥିବା ଖବର ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ପୋଳପଳା ନଦୀ ତୁଠରୁ ଏହି ନାବଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନାବାଳିକାଙ୍କୁ ଦୁଷ୍କର୍ମ କରାଯିବା ପରେ ହତ୍ୟା କରିଯାଇଛି ବୋଲି ଅଭିଯୋଗ ହୋଇଛି । ଅଭିଯୁକ୍ତ ସଂପର୍କୀୟ କାକାଙ୍କୁ ଗିରଫ କରି କୁଳିଅଣା ପୋଲିସ ଘଟଣାସ୍ଥଳରେ ତଦନ୍ତ ଚଳାଇଛି ।

Get real time updates directly on you device, subscribe now.