fbpx
BSKY
BJD MC SKY
BJD YOUTH SKY

ଘରେ ପଶି କଳାକନା ବୁଲାଇଥିଲେ ୨ ଲୁଟେରା, ବିଭିନ୍ନ ସ୍ଥାନରେ ଚଢାଉ କରି ନଣ୍ଡା ଓ ସୁମନ୍ତକୁ ବାନ୍ଧିଲା ପୋଲିସ, ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ନୟାପଲ୍ଳୀ ଥାନା ପୋଲିସ ବୁଧବାର ଦୁଇ ଜଣ ଲୁଟେରାଙ୍କୁ ଗିରଫ କରିଛି । ଏଥିସହିତ ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ କରିଛି ପୋଲିସ । ଜବତ ସାମଗ୍ରୀ ମଧ୍ୟରେ ଦୁଇଟି କିଲୋସ୍କର ମୋଟର ପମ୍ପ, ଗୋଟିଏ ଇନ୍‌ଭେଟର, ଗୋଟିଏ ବ୍ୟାଟେରୀ, ଗୋଟିଏ ଗ୍ରାଇଣ୍ଡର, ଗୋଟିଏ ଆଇରନ୍‌, ଗୋଟିଏ ଗ୍ୟାସ୍‌ ସିଲିଣ୍ଡର ଓ ଗୋଟିଏ ଟିଭି ରହିଛି । ଜବତ ସାମଗ୍ରୀର ମୂଲ୍ୟ ୧ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଗିରଫ ଦୁଇ ଲୁଟେରା ହେଲେ ନୟାପଲ୍ଳୀ ଥାନା ଭୋଇସାହି, ପ୍ଲଟ ନଂ ୨୨ର ନଣ୍ଡା ଓରଫ ଦୀପକ ବେହେରା (୨୮) ଓ ତ୍ରିନାଥ ନଗର ବସ୍ତିର କିରଣ ଓରଫ ସୁମନ୍ତ ଦିଗଲ (୩୧) ।

ମିଳିଥିବା ସୂଚନା ଅନୁଯାୟୀ ଗତ ୧୨ ତାରିଖରେ ଦୁଇ ଲୁଟେରା ଧଉଳି ଥାନା ଅନ୍ତର୍ଗତ ଶିଶୁପାଳଗଡ, ପ୍ଲଟ ନଂ ୪୯୦ରେ ରହୁଥିବା ମିହିର କୁମାର ବିଶ୍ୱାଳଙ୍କ ଘରେ ପଶି କଳା କନା ବୁଲାଇଥିଲେ । ଏନେଇ ମିହିର ନୟାପଲ୍ଲୀ ଥାନାରେ ଅଭିଯୋଗ ଆଣିଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରି ଚୋରି ସମାଗ୍ରୀ ସବୁକୁ ଜବତ କରିବା ସହ ଦୁଇ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ଏଠାରେ ସୂଚନାଯୋଗ୍ୟ ରାଜଧାନୀରେ ଲକ୍‌ଡାଉନ ଓ ସଟ୍‌ଡାଉନର ଫାଇଦା ଉଠାଇବାରେ ଲାଗିଛନ୍ତି । ଏପଟେ କମିଶନରେଟ୍‌ ପୋଲିସ ଅମାନିଆଙ୍କୁ ସାବାଡ୍‌ କରିବା ନିମନ୍ତେ ରାଜଧାନୀର ପ୍ରମୁଖ ଛକମାନଙ୍କରେ ରୋଡ ବ୍ଲକିଂ କରୁଥିବା ବେଳେ ସେପଟେ ଏହାର ଫାଇଦା ଉଠାଇବାରେ ଲାଗିଛନ୍ତି ଲୁଟେରା । ଯୋଜନାବଦ୍ଧ ଭାବେ ଲୁଟେରାମାନେ ନିରିହ ଲୋକଙ୍କୁ ଟାର୍ଗେଟ କରି ସେମାନଙ୍କ ଘରେ ପଶି ଲୁଟ୍‌ପାତ କରି ଫେରାର ହୋଇଯାଉଛନ୍ତି । ତେବେ ଏହି ଘଟଣାରେ ଅଭିଯୋଗ ଆସିଲେ ପୋଲିସ ପ୍ରାଣମୂର୍ଚ୍ଛା ଉଦ୍ୟମ କରି ଲୁଟେରାଙ୍କୁ କାବୁ କରିବା ନିମନ୍ତେ ବିଭିନ୍ନ ସ୍ଥାନରେ ଚଢାଉ କରୁଛି । ପୋଲିସର ଏହି ଉଦ୍ୟମ ସଫଳ ହେଉଥିବା ବେଳେ ଲୁଟେରାଙ୍କ ପ୍ରାଦୁର୍ଭାବ କମିବାର ନାଁ ଗନ୍ଧ ଧରୁନି । ଏହିଭଳି ଭାବେ ଏବେ ରାଜଧାନୀବାସୀ ଦୈନନ୍ଦିନ ଜୀବନ ବିତାଉଛନ୍ତି । କମିଶନରେଟ୍‌ ପୋଲିସ ଏମାନଙ୍କୁ ସାବାଡ୍‌ କରିବା ନିମନ୍ତେ ରାଜଧାନୀର ପ୍ରତି ଗଳିକନ୍ଦିରେ ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେବାକୁ ଦାବି ହେଉଛ

Get real time updates directly on you device, subscribe now.