fbpx
BJD SKY
BJD SKY

ସ୍କୁଟି ଡିକି ଭାଙ୍ଗି ନେଇଗଲେ ୨ ଲକ୍ଷ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଲୁଟ୍ ବଢ଼ିବାରେ ଲାଗିଛି । କେତେବେଳେ ଦିନ ଦିପହରରେ ବେକ କାଟି ସୁନା ଗହଣା ନେଇଯାଉଛନ୍ତି ତ କେତେବେଳେ ଏଟିଏମ୍ ଭାଙ୍ଗି ଟଙ୍କା ନେଇ ଯାଉଛନ୍ତି । ତେବେ ଇତି ମଧ୍ୟରେ ଆଉ ଖବର ସାମନାକୁ ଆସିଛି । କୁଚିଣ୍ଡା କ୍ୟାମ୍ପସ୍ କାର୍ଯ୍ୟାଳୟ ସମ୍ମୁଖରୁ ସ୍କୁଟି ଡିକି ଭାଙ୍ଗି ୨ ଲକ୍ଷ ଟଙ୍କା ଲୁଟ କରି ନେଇଗଲେ ଦୁର୍ବୃତ୍ତ । ବ୍ୟାଙ୍କ୍ ରୁ ଉଠାଇ ଡିକିରେ ରଖିଥିବା ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ଠାରୁ ଏହି ମୋଟା ଅଙ୍କର ଲୁଟ୍ ହୋଇଛି । ତେବେ ଏନେଇ ଅଭିଯୋଗ ହେବାପରେ କ୍ୟାମ୍ପସ୍ ରେ ଲାଗିଥିବା ସିସିଟିଭି ଯାୟ୍ଚ କରୁଛି ପୋଲିସ୍ ।

Get real time updates directly on you device, subscribe now.