fbpx

କୋହଲିଙ୍କ ଆଉ ଏକ ରେକର୍ଡ: ଇନଷ୍ଟାଗ୍ରାମରେ ୧୫୦ ମିଲିୟନ ଛୁଇଁଲା ଫୋଲଅର୍ସ ସଂଖ୍ୟା, ଏସିଆରେ ପ୍ରଥମ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲୀଙ୍କ ନାମରେ ଆଉ ଏକ ରେକର୍ଡ ହୋଇଛି । ତେବେ ଏହି ରେକର୍ଡ କ୍ରିକେଟ୍ ରେ ନୂହେଁ ବରଂ ଇନଷ୍ଟାଗ୍ର୍ରାମର ଫଲୋୟର୍ସ ସହିତ ଜଡ଼ିତ । କୋହଲୀଙ୍କ ଇନଷ୍ଟାଗ୍ରାମରେ ଫଲୋୟର୍ସ ସଂଖ୍ୟା ୧୫୦ ମିଲିୟନ୍ ରେ ପହଞ୍ଚିଛି । ଆଉ ଏହି ରେକର୍ଡ ସହିତ ସେ ଏସିୟା ମହାଦ୍ୱୀପର ପ୍ରଥମ ସେଲିବ୍ରିଟି ବନିଯାଇଛନ୍ତି । ଖାଲି ସେତିକି ନୁହେଁ ଏଥିସହିତ ସେ ପ୍ରଥମ କ୍ରିକେଟର୍ ଯାହାର ୧୫୦ ମିଲିୟନ୍ ଫଲୋୟର୍ସ ହୋଇଛି । ବିରାଟଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ ବରଂ ଦେଶ ବାହାରେ ବି ରହିଛନ୍ତି ।

ତାଲିକା ମୁତାବକ:

୧. Cristiano Ronaldo – 337 million followers
୨. Lionel Messi – 260 million followers
୩. Neymar – 160 millionfollowers

୪. Virat kohli – 150 millionfollowers

ଏହି ସମୟରେ କ୍ରିକେଟର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ହେବା ସହିତ କୋହଲି ସର୍ବାଧିକ ଇନଷ୍ଟାଗ୍ରାମ ଅନୁସରଣକାରୀ ଥିବା କ୍ରିକେଟର ହୋଇପାରିଛନ୍ତି। ଅନ୍ୟ କ୍ରିକେଟରଙ୍କ ପାଖରେ ୫୦ ମିଲିୟନ୍ ଅନୁସରଣକାରୀ ମଧ୍ୟ ନାହାଁନ୍ତି। ପର୍ତ୍ତୁଗାଲର ଫୁଟବଲ ତାରକା କ୍ରିଷ୍ଟିଆନୋ ରୋନାଲଡୋ ୩୩୭ ନିୟୁତ ଅନୁସରଣକାରୀଙ୍କ ସହ କ୍ରୀଡ଼ାର ଶୀର୍ଷରେ ଅଛନ୍ତି।

 

Get real time updates directly on you device, subscribe now.