fbpx
BSKY
BJD MC SKY
BJD YOUTH SKY

ଟ୍ରେନରେ ପ୍ରେମ ହେଲା, ପ୍ରେମିକା କଳାକନା ବୁଲାଇଦେଲା

ଅଲୀଗଡ: ଉତ୍ତରପ୍ରଦେଶର ଅଲୀଗଡରୁ ଚୋରି ଏବଂ ଲୁଟର ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମନାକୁ ଆସିଛି । ଏଠାରେ ଜଣେ ଯୁବତୀ ଜଣେ ଯୁବକଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କ ଘରୁ ସବୁ ସୁନା ଗହଣା ଓ ଟଙ୍କା ଲୁଟ୍ କରି ଫେରାର୍ ହୋଇଯାଇଛନ୍ତି । ଯାହା ଏବେ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲିଟିଛି । ଅଲୀଗଡର କ୍ୱାର୍ସୀ ଥାନା ଅଞ୍ଚଳରେ ରହୁଥିବା ଜଣେ ଯୁବକ ଟ୍ରେନ୍ ରେ ଯାଉଥିବା ସମୟରେ ଗୋଟିଏ ଯୁବତୀଙ୍କୁ ଭଲ ପାଇ ବସିଥିଲେ । ଏହାପରେ ସେମାନେ ଏକାଠି କିଛି ଦିନ ରହିବାକୁ ଲାଗିଲେ । ହେଲେ ଉକ୍ତ ଯୁବତୀ ସୁଯୋଗ ଦେଖି ଯୁବକଙ୍କ ଘରକୁ କଳାକନା ବୁଲାଇ ଦେଇଛି । ଘରେ ଥିବା ସବୁତକ ସୁନା ଗହଣା ଓ ଟଙ୍କା ଲୁଟ୍ କରି ଫେରାର୍ ହୋଇଯାଇଛି । ବହୁତ ଖୋଜାଖୋଜି ପରେ ନ ପାଇବାରୁ ଯୁବକ ଜଣଙ୍କ ଏବେ ଅଲୀଗଡ ଏସଏଏପିଙ୍କ ପାଖରେ ଅଭିଯୋଗ କରିଥିବା ଜଣାପଡିଛି ।

ସୂଚନା ମୁତାବକ, ପୀଡିତ ଯୁବକ ଜଣକ ଏକ ଘରୋଇ ସଂସ୍ଥାରେ କାମ କରନ୍ତି । ପ୍ରାୟ ଦେଢ଼ ମାସ ତଳେ ଟ୍ରେନ୍ ରେ ଦିଲ୍ଲୀକୁ ଯାତ୍ରା କରୁଥିଲେ । ଏହି ସମୟରେ ସେ ଏକ ଯୁବତୀଙ୍କୁ ଭେଟିଥିଲେ । ଆଉ କଥାବାର୍ତ୍ତା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହାପରେ ଯୁବକଙ୍କ ଘରେ ଦୁହେଁ ଏକାଠି ରହିବାକୁ ଲାଗିଲେ । ହେଲେ ପ୍ରାୟ ଦେଢ଼ ମାସକାଳ ଏକାଠି ରହିବା ପରେ ଯୁବତୀ ଜଣଙ୍କ ସମୟ ସୁବିଧା ଦେଖି ସୁନା ଗହଣା ଓ ଟଙ୍କା ଲୁଟ୍ କରି ଚମ୍ପଟ ମାରିଛନ୍ତି । ଯୁବକ ଜଣକ ସେହି ସମୟରେ ବଜାରକୁ ଜିନିଷ ଆଣିବାକୁ ଯାଇଥିବା ସମୟରେ ଯୁବତୀ ଚମ୍ପଟ ମାରିଥିବା ଜଣାପଡିଛି । ପୋଲିସ୍ ପାଖରେ ଯୁବକ ଜଣକ ଅଭିଯୋଗ କରିବାପରେ ଏବେ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.