fbpx

ସ୍ୱତନ୍ତ୍ର ଡ୍ରାଇଭରେ ସାମ୍ବାଦିକ ମାନଙ୍କୁ ମିଳିବ ଟିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱତନ୍ତ୍ର ଡ୍ରାଇଭ୍ ରେ ସାମ୍ବାଦିକମାନଙ୍କୁ ଦିଆଯିବ ଟିକା । ଏନେଇ ଆଜି ବିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଭୁବନେଶ୍ୱରରେ ସ୍ୱତନ୍ତ୍ର ଡ୍ରାଇଭ୍ ରେ ଟିକାକରଣ କରାଯିବ ବୋଲି ବିଏମସି ପକ୍ଷରୁ ଆଜି ସୂଚନା ଦିଆଯାଇଛି । ୟୁନିଟ୍-୬ ମାଳିକା ବିଦ୍ୟାଳୟରେ ସାମ୍ବାଦିକ ମାନଙ୍କୁ ଟିକାକରଣ କରାଯିବ । ଖୁବ୍ ଶୀଘ୍ର ଟିକାକରଣ କରାଯିବା ନେଇ ବିଏମସି କମିଶନର ସଞ୍ଜୟ ସିଂ ନିଷ୍ପତି ନେଇଛନ୍ତି । ଗୋଟେ ପଟେ ୧୮ ବର୍ଷରୁ ୪୪ ବର୍ଷ ମଧ୍ୟରେ ବ୍ୟକ୍ତିବିଶେଷଙ୍କର ପ୍ରଥମ ଡୋଜ୍ ଟିକାକରଣକୁ ଟିକା ଅଭାବରୁ ବନ୍ଦ କରାଯାଇଥିବା ବେଳେ ଦ୍ୱିତୀୟ ଡୋଜ୍ ଟିକାକୁ ପ୍ରାଧାନ୍ୟ ଦିଆଯାଉଛି ।

ସୂଚନାଯୋଗ୍ୟ, ରାଜଧାନୀରେ ଏବେ ଟିକାର ଘୋର ଅଭାବ ପରିଲକ୍ଷିତ ହୋଇଛି । ଏନେଇ ଖୋଦ୍ ବିଏମସି କମିଶନର ସଞ୍ଜୟ ସିଂ ସ୍ୱୀକାର କରିଛନ୍ତି । ସେ କହିଛନ୍ତି, ଆମ ପାଖରେ ଯଥେଷ୍ଟ ଟିକା ନାହିଁ । ଯେଉଁମାନେ ମେ’ ୩ ରେ ପ୍ରଥମ ଡୋଜ ଟିକା ନେଇଥିଲେ । ତାହାର ଅବଧି ଜୁନ ୧୩ ତାରିଖ ରହୁଥିବାରୁ ତାର ଯଥେଷ୍ଟ ପୂର୍ବରୁ ଟିକା ଆସିବ । ସେମାନଙ୍କୁ ଏହି ଟିକା ଦିଆଯିବ । ସେହିପରି ୪୫ରୁ ଅଧିକ ବର୍ଷ ବର୍ଗର ଲୋକଙ୍କ ପାଇଁ ଟୀକା ର ଅଭାବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସଞ୍ଜୟ ସିଂ। ସେହିପରି ବିଏଏମସି ଅଞ୍ଚଳରେ ପଜିଟିଭ୍ ସଂଖ୍ୟା ହ୍ରାସ ପାଉଥିବା ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ।

Get real time updates directly on you device, subscribe now.