fbpx

୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ କେବେ ଦିଆଯିବ ୨ୟ ଡୋଜ୍ ଟିକା? ଜାଣନ୍ତୁ କ’ଣ କହିଲା ବିଏମସି

ଭୁବନେଶ୍ୱର(ଓଡିଶା ଭାସ୍କର): କରୋନା ମହାମାରୀର ମୁକାବିଲା ପାଇଁ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହାରି ମଧ୍ୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଦ୍ୱିତୀୟ ଡୋଜ ଟିକାକରଣ ପାଇଁ ବିଏମସି ପ୍ରସ୍ତୁତି ଆରମ୍ଭ କରିଛି । ଏନେଇ ଆସନ୍ତା ୮ ଓ ୯ ତାରିଖରେ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ ହେବ । ଏହା ସହ ବନ୍ଦ ରହିଥିବା ମୋବିଲାଇଜେସନ କେନ୍ଦ୍ରଗୁଡିକ କାର୍ଯ୍ୟକ୍ଷମ ହେବ ।

ତେବେ ମେ’ ୩,୪ ଓ ୫ରେ ପ୍ରଥମ ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ଏହି ତାରିଖରେ ୨ୟ ଡୋଜ୍ ଟିକା ଦିଆଯିବ । ଏନେଇ ଟିକା ନେଇଥିବା ବ୍ୟକ୍ତିଙ୍କୁ ବିଏମସି ପକ୍ଷରୁ ସୂଚନା ଦିଆଯିବ । ପୂର୍ବରୁ ନେଇଥିବା କେନ୍ଦ୍ରରେ ହିଁ ଲୋକମାନଙ୍କୁ ଟିକାକରଣ କରାଯିବ ବୋଲି କୁହାଯାଇଛି । କୋୱିନ ଆପରେ ସ୍ଲଟ୍ ବୁକ କରିଥିବା ବ୍ୟକ୍ତି ପୁଣି ସ୍ଲଟ ବୁକିଂ କରି ଟିକା ନେଇପାରିବେ । ଟିକାର ପରିମାଣ ଦେଖି ଟିକାକରଣ କରାଯିବ ବୋଲି ଅତିରିକ୍ତ କମିଶନର କହିଛନ୍ତି ।

Get real time updates directly on you device, subscribe now.