fbpx

ମହାଦେବଙ୍କୁ ଭୁଲରେ ବି ଅର୍ପଣ କରନ୍ତୁ ନାହିଁ ଏହି ୩ଟି ଜିନିଷ; ନଚେତ୍ ଭୋଗିବାକୁ ହେବ କୋପ

ହିନ୍ଧୁ ଧର୍ମରେ ପ୍ରତ୍ୟେକ ଦେବାଦେବୀଙ୍କର ବିଶେଷ ମହତ୍ୱ ଏବଂ ଗୁରୁତ୍ୱ ରହିଛି । ଏଥିିସହିତ ସମସ୍ତ ଦେବାଦେବୀଙ୍କ ପୂଜାବିଧି ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଫଳରେ ସମସ୍ତ ଦେବାଦେବୀଙ୍କୁ ତାଙ୍କ ନିତି ନିୟମ ଅନୁସାରେ ପୂଜା କରାଯାଏ । ଯେଉଁଥିରେ ସେ ପ୍ରିତ ହୋଇ ଭକ୍ତଙ୍କୁ ତାଙ୍କ ମନ ଜାଣି ଆର୍ଶିବାଦ କରିଥାନ୍ତି । ତେବେ ଏହି ଦେବାଦେବୀଙ୍କୁ କିଛି ଜିନିଷ ଅର୍ପଣ କରିବାକୁ ମଧ୍ୟ ବାରଣ କରାଯାଏ । ତେବେ ହିନ୍ଧୁ ଧର୍ମରେ ଭଗବାନ ମାହାଦେବଙ୍କୁ ଦେବତାଙ୍କ ଦେବତା ବୋଲି କୁହାଯାଏ । ଯାହାଫଳରେ ତାଙ୍କୁ ଦେବତାଙ୍କ ଠାରୁ ଆରମ୍ଭ କରି ଦାନବ ଏବଂ ମାନବ ସମସ୍ତେ ପୂଜା କରିଥାନ୍ତି । ଏଥିସହିତ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାଙ୍କ ପ୍ରି ଜିନିଷ ତାଙ୍କୁ ଅର୍ପଣ ମଧ୍ୟ କରିଥାନ୍ତି । କିନ୍ତୁ ଏପରି ବି କିଛି ଜିନିଷ ଅଛି ଯାହାକୁ ଭଗବାନ ଶିବଙ୍କୁ ଅର୍ପଣ କରିବାକୁ ନିଷେଦ୍ଧ କରାଯାଇଥାଏ । ଯଦି ଭୁଲବସତଃ ଆପଣ ଏହି ଜିନିଷ ପ୍ରଭୁ ମହାଦେବଙ୍କୁ ଅର୍ପଣ କରନ୍ତି ତେବେ ସେ କ୍ରୋଧିତ ହେବା ସହ ତାଙ୍କ କୋପ ଦୃଷ୍ଟି ପକାଇଥାନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ଜିନିଷ ସମ୍ବନ୍ଧରେ, ଯାହାକୁ ପ୍ରଭୁ ଭୋଳା ଶଙ୍କରଙ୍କୁ ଅର୍ପଣ କରିବା ଅନୁଚିତ୍ ।

ସିନ୍ଦୁର: ଶାସ୍ତ୍ର ମତରେ ଭଗବାନ ଶିବକୁ ଏକ ମହାନ ତପସ୍ୱୀ ଅର୍ଥାତ୍ ବୈରାଗୀ ବୋଲି କୁହାଯାଏ । ଯିଏକି ଏ ସମଗ୍ର ସଂସାରର ମୋହମାୟାରୁ ଦୂରେଇ ରହି ସର୍ବଦା ଧ୍ୟନରେ ରହିଥାନ୍ତି । ତେଣୁ ଭୁଲରେ ମଧ୍ୟ ଭଗବାନଙ୍କୁ ସିନ୍ଧୁର ଅର୍ପଣ କରିବା ଉଚିତ୍ ନୁହେଁ । ଏହା ତାଙ୍କ ପ୍ରତି ଅପମାନ ହୋଇଥାଏ । ଯାହାଫଳରେ ସେ କ୍ରୋଧିତ ହୋଇ ତାଙ୍କ କୋପ ଦୃଷ୍ଟି ପକାଇଥାନ୍ତି ।

ତୁଳସୀ ପତ୍ର: ପୁରାଣ ମତରେ ତୁଳସୀ ଏକ ପବିତ୍ର ଉଦ୍ଭିଦ ଏବଂ ଏହା ଦେବୀ ଲକ୍ଷ୍ମୀଙ୍କ ବାସସ୍ଥାନ ବୋଲି ବିଶ୍ୱାସ କରାଯାଏ । କିନ୍ତୁ ଭଗବାନ ଶିବଙ୍କ ପୂଜାରେ କେବେ ତୁଳସୀ ପତ୍ର ଅର୍ପଣ କରିବା ଉଚିତ୍ ନୁହେଁ। କାରଣ କୁହାଯାଏ ଯେ ଭଗବାନ ଶିବ ତୁଳସୀଙ୍କ ସ୍ୱାମୀ ରାକ୍ଷସ ଜଲନ୍ଦରଙ୍କୁ ହତ୍ୟା କରିଥିଲେ। ସେଥିପାଇଁ ତୁଳସୀ କ୍ରୋଧିତ ହୋଇ ଭଗବାନ ଶିବଙ୍କୁ ତାଙ୍କର ଅଲୌକିକ ଗୁଣ ସହିତ ପତ୍ରରୁ ବଞ୍ଚିତ କରିଥିଲେ । ତେଣୁ ଭଗବାନ ଶିବଙ୍କୁ ତୁଳସୀ ପତ୍ର ଅର୍ପଣ କରିବା ଉଚିତ୍ ନୁହେଁ ।

ହଳଦୀ: ହଳଦୀ ସ୍ୱାସ୍ଥ୍ୟ ସହ ଶାରୀରିକ ସୌନ୍ଦର୍ଯ୍ୟ ମଧ୍ୟ ଉନ୍ନତି କରିଥାଏ । ଏଥିସହିତ ଏହାକୁ ମାଙ୍ଗଳିକ କାର୍ଯ୍ୟ ଏପରି କି ଦେବାଦେବୀଙ୍କୁ ମଧ୍ୟ ଅର୍ପଣ କରାଯାଇଥାଏ । କିନ୍ତୁ ଶାସ୍ତ୍ର ଅନୁସାରେ ହଳଦୀ ଭଗବାନ ଶିବଙ୍କୁ ଅର୍ପଣ କରାଯାଇନଥାଏ । କାରଣ ଭଗବାନ ଶିବ ବୈରାଗୀ ହୋଇଥିବାରୁ ସେ ଏହାକୁ ପସନ୍ଦ କରନ୍ତି ନାହିଁ । ତେଣୁ ତାଙ୍କୁ ହଳଦୀ ଅର୍ପଣ କରିବା ଉଚିତ୍ ନୁହେଁ । ଯଦି କୌଣସି ବ୍ୟକ୍ତି ପ୍ରଭୁ ଭୋଳାନାଥଙ୍କୁ ହଳଦୀ ଅର୍ପଣ କରନ୍ତି ତେବେ ସେ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି ।

Get real time updates directly on you device, subscribe now.