fbpx

ଅଭାବରୁ ସ୍ୱାଭାବ ନଷ୍ଟ; ଭୋକ ବିକଳରେ ଛଟପଟ ପାକିସ୍ତାନୀ , ଗହମ ଚୋରି ଅଭିଯୋଗ ଆଣିଲା ଋଷ୍‌

ନୂଆଦିଲ୍ଲୀ : ଭୋକ ବିକଳରେ ଜଣେ କିଛି ବି କରିପାରେ । ତେଣୁ ସେଥିପାଇଁ ଏକ ଲୋକ କଥା ଅଛି ଅଭାବରୁ ସ୍ୱାଭାବ ନଷ୍ଟ । ଆଉ ପାକିସ୍ତାନର ତ ଏମିତିରେ ବି ସ୍ୱାଭାବ ନଷ୍ଟ ଥିଲା । ଏବେ ପାକିସ୍ତାନ ନାଁରେ ଏକ ସଙ୍ଗୀନ ଅଭିଯୋଗ ଆସିଛି । ଗହମ କରୁଥିବା ନେଇ ପାକିସ୍ତାନ ନାଁରେ ଋଷ୍ ସଙ୍ଗୀନ ଅଭିଯୋଗ ଆଣିଛି ।

ରୁଷରୁ ଆମଦାନୀ ହୋଇଥିବା ୫୦ ହଜାର ଟନ୍ ଗହମ ମଧ୍ୟରୁ ପାକିସ୍ତାନୀ ଅଧିକାରୀମାନେ ୪୦ ହଜାର ଟନ୍ ଚୋରି କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ପାକିସ୍ତାନର ସିନ୍ଧ ପ୍ରଦେଶର ୬୭ ଜଣ ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଶାହାବାଜ ସରିଫଙ୍କ ନେତୃତ୍ୱାଧୀନ ସରକାର ଏହି ଚୋରି ସମ୍ପର୍କରେ ସ୍ପଷ୍ଟୀକରଣ ମାଗିବାକୁ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ନୋଟିସ ଜାରି କରିଛନ୍ତି।

ସୂଚନାଯୋଗ୍ୟ, ପାକିସ୍ତାନରେ ଏବେ ଆର୍ଥିକ ସଙ୍କଟ ଦେଖିବାକୁ ମିଳିଛି । କୋଟି କୋଟି ଲୋକ ଭୋକ ଉପାସରେ ଶୋଇବାକୁ ବାଧ୍ୟ ହେଉଛନ୍ତି। ମୁଦ୍ରାସ୍ଫୀତି ଆକାଶଛୁଆଁ ହେଉଛି। ଗ୍ୟାସ ସିଲିଣ୍ଡର ୧୦,୦୦୦ ଟଙ୍କା ମିଳୁଛି । ଆଜିକାଲି ଅନାହାର ଏବଂ ଆର୍ଥିକ ସଙ୍କଟରେ ପୀଡିତ ପାକିସ୍ତାନର ଅବସ୍ଥା ଶ୍ରୀଲଙ୍କା ଭଳି ହୋଇଛି।

ଗହମ ଚୋରି କରିଥିବା ଅଧିକାରୀଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଭୋକିଲା ପାକିସ୍ତାନୀମାନଙ୍କୁ ଖାଇବାକୁ ଦେବା ପାଇଁ ରୁଷରୁ ଏହି ଗହମ ସାମଗ୍ରୀ ଆମଦାନୀ ହୋଇଥିଲା । କୁହାଯାଉଛି ଯେ ଏହି ଗହମ ସହିତ ପ୍ରାୟ ଏକ ମାସ ପର‌୍ୟ୍ୟନ୍ତ କାମ ପାକିସ୍ତାନର ଭୋକିଲା ପେଟକୁ ଦାନା ଦେଇଥାନ୍ତା । କିନ୍ତୁ ପାକିସ୍ତାନର ସରକାରୀ କର୍ମଚାରୀମାନେ ଏହି ଗହମ ଚୋରି କରିଛନ୍ତି । ଏହି ଗହମ ଚୋରି ସିନ୍ଧ ପ୍ରଦେଶର ୧୦ ଟି ଜିଲ୍ଲାରେ ଥିବା ସରକାରୀ ଗୋଦାମରୁ କରାଯାଇଥିଲା ।

ଦି ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଗହମ ଚୋରି ଅଭିଯୋଗରେ ପାକିସ୍ତାନର ଅଧିକାରୀ ଏବଂ କର୍ମଚାରୀଙ୍କ ମଧ୍ୟରେ ୪୯ ଜଣ ଖାଦ୍ୟ ସୁପରଭାଇଜର ଏବଂ ୧୮ ଜଣ ଖାଦ୍ୟ ନିରୀକ୍ଷକ ଅଛନ୍ତି। ଅଭିଯୋଗ ହୋଇଛି ଯେ ଏହି ଅଧିକାରୀମାନେ ଲଜିଷ୍ଟିକ୍ ସେଣ୍ଟରରେ ନିୟୋଜିତ କର୍ମଚାରୀ ଏବଂ ସୁରକ୍ଷା ବଳଙ୍କ ସହାୟତାରେ ଖାଦ୍ୟ ଶସ୍ୟ ଚୋରି କରିଛନ୍ତି। ଯେତେବେଳେ ପାକିସ୍ତାନ ଏକ ଭୟଙ୍କର ଆର୍ଥିକ ସଙ୍କଟରେ ଗତି କରୁଛି ସେତେବେଳେ ସେଠାକାର କର୍ମଚାରୀଙ୍କ ଏଭଳି କାର‌୍ୟ୍ୟ ଅତ୍ୟନ୍ତ ନିନ୍ଦନୀୟ କରିଥିଲେ।

Get real time updates directly on you device, subscribe now.