fbpx

ଏଲନ ମସ୍କଙ୍କ ବଡ ଦାବି, କହିଲେ ୨୦୨୪ରେ ଡୋନାଲ୍ଡ ଟ୍ରମ୍ପ ଏକ ଜୋରାଦାର ବିଜୟ ହାସଲ କରିବେ!

ୱାସିଂଟନ୍: ଟ୍ୱିଟରର ସିଇଓ ଆରବପତି ଏଲନ ମସ୍କ ଆମେରିକାର ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଏକ ବଡ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଯଦି ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ କରାଯିବ, ଏହାପରେ ମଧ୍ୟ ତାଙ୍କୁ ରାଷ୍ଟ୍ରପତି ପଦ ପାଇଁ ପୁଣି ଚୟନ କରାଯିବ । ଟ୍ରମ୍ପଙ୍କ ଗିରଫ ହେବା ଖବର ପରେ ଏଲନମସ୍କଙ୍କ ଏହି ବିବୃତ୍ତି ସାମ୍ନାକୁ ଆସିଛି ।

ନ୍ୟୁଜ ଏଜେନ୍ସି ଏପି ରିପୋର୍ଟ ଅନୁସାରେ, ଶନିବାର ଦିନ ଟ୍ରମ୍ପ ସୋସିଆଲ ମିଡିଆରେ ଦାବି କରି କହିଛନ୍ତି ଯେ, ତାଙ୍କୁ ମଙ୍ଗଳବାର ଦିନ ଗିରଫ କରାଯିବ । ଟ୍ରମ୍ପ ମଧ୍ୟ ଏନେଇ ତାଙ୍କ ସୋସିଆଲ ମିଡିଆରେ କହିଛନ୍ତି ଯେ, ତାଙ୍କୁ ମାନହଟ୍ଟନ ଜିଲ୍ଲା ଓକିଲ ସଂଘ ଆଣିଥିବା ଏକ ଅଭିଯୋଗରେ ତାଙ୍କୁ ଗିରଫ କରାଯିବ ବୋଲି ଜଣାପଡିଛି । ଏହାପରେ ମସ୍କ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ମସ୍କ ଟ୍ୱିଟ୍ କରି କହିଛନ୍ତି ଯେ, ‘ଯଦି ଏହା ଘଟେ, ଟ୍ରମ୍ପ ଏକ ଜୋରଦାର ବିଜୟ ସହିତ ପୁନର୍ବାର ନିର୍ବାଚିତ ହେବେ।’ ଏହା ପୂର୍ବରୁ ଟ୍ରମ୍ପ ତାଙ୍କ ସମର୍ଥକଙ୍କୁ ଗିରଫ ଭୟରେ ବିରୋଧ କରିବାକୁ କହିଥିଲେ। ତେବେ ଟ୍ରମ୍ପ କିପରି ସମ୍ଭାବ୍ୟ ଗିରଫ ବିଷୟରେ ଜାଣିଛନ୍ତି ସେ ସମ୍ପର୍କରେ ସୋସିଆଲ ମିଡିଆରେ କୌଣସି ବିବରଣୀ ସେୟାର କରିନାହାଁନ୍ତି। ସେ ତାଙ୍କ ପୋଷ୍ଟରେ ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ​​ଡେମୋକ୍ରାଟିକ୍ ପାର୍ଟିର ଜୋ ବିଡେନଙ୍କ ପରାଜୟକୁ ‘ଆଦେଶ ଚୋରି’ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ତାଙ୍କ ସମର୍ଥକଙ୍କୁ ବିରୋଧ କରିବାକୁ କହିଛନ୍ତି।

Get real time updates directly on you device, subscribe now.