fbpx

ଲକ ଡାଉନ ପାଇଁ ଘାଟାରେ ସମ୍ବାଦପତ୍ର ,୪ହଜାର ୫୦୦କୋଟି ଟଙ୍କାର କ୍ଷତି

ଭୁବନେଶ୍ୱର:୩ ।୫(ଓଡିଶା ଭାସ୍କର):ଲକ ଡାଉନର ପ୍ରଭାବ ସବୁ କ୍ଷେତ୍ର ଉପରେ ପଡିଛି । ସଭିଏଁ ଅଳ୍ପେବହୁତ କ୍ଷତିସହିଛନ୍ତି । କେବଳ ସମ୍ବାଦପତ୍ର ଶିଲ୍ପ ର ୪ହଜାର ୫୦୦କୋଟି ଟଙ୍କାର କ୍ଷତି ହୋଇଛି । ଗତ ଦୁଇ ମାସରେ ଏହି କ୍ଷତି ହୋଇଥିବା କହିଛି ଇଣ୍ଡିଆନ ନ୍ୟୁଜ ପେପର ସୋସାଇଟି । କ୍ଷତି ଏତିକିରେ ଅଟକିଯାଇନି ,ଆଗାମୀ ୬ ରୁ ୭ ମାସରେ ୧୫ହଜାର କୋଟି ଟଙ୍କାର କ୍ଷତି ଆକଳନ କରିଛି ସୋସାଇଟି ।

ଏଭଳି କ୍ଷେତ୍ରରେ ଏହି ଶିଲ୍ପକୁ ବଂଚାଇରଖିବାକୁ ପ୍ୟାକେଜ ଦାବି କରିଛି ସୋସାଇଟି । ତାଛଡା ଦୁଇବର୍ଷ ପର୍ଯ୍ୟନ୍ତ ଟିକସ ଛାଡ ଓ ନ୍ୟୁଜ ପ୍ରିଣ୍ଟ ଉପରେ ୫ ପ୍ରତିଶତ କଷ୍ଟମ ଡ୍ୟୁଟି ଛାଡ କରିବାକୁ ଦାବି କରାଯାଇଛି ।

Get real time updates directly on you device, subscribe now.