fbpx

ବାତ୍ୟା ହେବନି

ଭୁବନେଶ୍ୱର:୩ ।୫(ଓଡିଶା ଭାସ୍କର): ମେ ୩ । ଗତବର୍ଷ ଏହି ଦିନରେ ତାଣ୍ଡବ କରିଥିଲା ବାତ୍ୟା ଫନି । ଆଉ ଏ ବର୍ଷ ଆଜି ଦିନରେ ହିଁ ବଂଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇ ବାତ୍ୟାର ଆଶଙ୍କା ସୃଷ୍ଟି କରିଥିଲା । କିନ୍ତୁ ପାଣିପାଗ ବିଷାରଦଙ୍କ ଅନୁଯାୟୀ ଲଘୁଚାପ ବତ୍ୟାର ରୂପ ନେବନାହିଁ କି ଏହାର ପ୍ରଭାବ ଓଡିଶା ଉପରେ ନାହିଁ ।

ଗତ ଶୁକ୍ରବାର ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର ପଶ୍ଚିମ ଆଡକୁ ମନ୍ଥର ଗତିରେ ଆଗକୁ ବଢ଼ିବ । ୪ ତାରିଖ ବା ଆସନ୍ତା କାଲି ଏହା ଅବପାତର ରୂପ ନେବ । ୫ ତାରଖରେ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ପଂହଚିବ ଓ ଗତିଶୀଳ ହେବାକୁ ଉଦ୍ୟମ କରିବ । କିନ୍ତୁ ଲଘୁଚାପକୁ ବଳ ମିଳିବାର ସୁଯୋଗ ନାହିଁ । ୭ ତାରିଖକୁ ସମୁଦ୍ର ଭିତରେ ହିଁ ନିଷ୍ପ୍ରଭ ହୋଇଯିବ ।

Get real time updates directly on you device, subscribe now.