fbpx

ହଜିଛି କି ଚୋରି ହୋଇ ଯାଇଛି ଆପଣଙ୍କ ସ୍ମାର୍ଟ ଫୋନ୍: ତୁରନ୍ତ କରନ୍ତୁ ଏହି ସବୁ କାମ ନଚେତ୍ ଖାଲି ହେଇ ଯିବ ଆକାଉଣ୍ଟ

AAKASH

ନୂଆଦିଲ୍ଳୀ: ଆଜିର ସମୟରେ ସ୍ମାର୍ଟଫୋନ ଦୈନନ୍ଦିନ ଜୀବନରେ ଏକ ପ୍ରମୁଖ ଅଙ୍ଗ ପାଲଟି ଯାଇଛି । ସ୍ମାର୍ଟ ଫୋନରେ ଟିପ ଅଗରେ ହିଁ ଆମକୁ ସମସ୍ତ ସୁବିଧା ମିଳୁଛି । ଆମର ବ୍ୟାଙ୍କିଙ୍ଗ ଡିଟେଲ୍ସ ଠାରୁ ଆରମ୍ଭ କରି ମୋବାଇଲ ୱାଲେଟ ପର୍ଯ୍ୟନ୍ତ ସମସ୍ତ ତଥ୍ୟ ଏଥିରେ ସୁରକ୍ଷିତ ରହୁଛି । ତେବେ ଯଦି ଆପଣଙ୍କ ଫୋନ ଚୋରି ହେଉଛି କି ହଜି ଯାଇଛି ତାହେଲେ ନିମ୍ନ ଲିଖିତ ଉପାୟ ପାଳନ କରିବା ସହିତ ଆପଣ ନିଜ ଆକାଉଣ୍ଟରେ ଥିବା ଅର୍ଥରାଶିକୁ ସୁରକ୍ଷିତ ରଖିପାରିବେ ।

ସିମକୁ ବ୍ଲକ କରନ୍ତୁ: ସ୍ମାର୍ଟଫୋନ୍ ହଜିଲେ ବା ଚୋରି ହେଲେ ପ୍ରଥମେ ସିମକୁ ବ୍ଲକ କରନ୍ତୁ । ଯାହାଫଳରେ କି ବ୍ୟାଙ୍କିଙ୍ଗ ସହ ଜଡିତ କୌଣସି ମେସେଜ ଚୋର ନିକଟରେ ପହଞ୍ଚିବ ନାହିଁ । ଏହା ପରେ ଆପଣ ନୂଆ ସିମ କାର୍ଡ ନେଇ ନିଜ ପୁରୁଣା ନମ୍ବର ଆକ୍ଟିଭ କରି ପାରିବେ ।

ଇଣ୍ଟରନେଟ ଏବଂ ମୋବାଇଲ ବ୍ୟାଙ୍କିଙ୍ଗ: ତୁରନ୍ତ ନିଜର ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଏବଂ ମୋବାଇଲ ବ୍ୟାଙ୍କିଙ୍ଗ ସେବାକୁ ବ୍ଲକ କରନ୍ତୁ । ଅନଲାଇନ ବ୍ୟାଙ୍କିଙ୍ଗ ସେବାକୁ ବ୍ଲକ କରିବା ସହିତ ନିଜର ୟୁପିଆଇ ଆଇଡିକୁ ମଧ୍ୟ ଡିଆକ୍ଟିଭେଟ କରନ୍ତୁ । ସମସ୍ତ ପାଶୱାର୍ଡ ଆଉଥରେ ରିସେଟ୍ କରନ୍ତୁ ।

ମୋବାଇଲ ୱାଲେଟ୍: ପେଟଏମ୍, ଆମାଜନ ଓ ଫୋନ ପେ ପରି ଆପର ୱାଲେଟକୁ ତୁରନ୍ତ ବ୍ଲକ କରନ୍ତୁ । ଏହି ୱାଲେଟ ସମସ୍ତ ପେମେଣ୍ଟକୁ ସହଜ ବନାଉଥିବା ବେଳେ ଏହା ଦ୍ୱାରା ସହଜରେ ଆକାଉଣ୍ଟ ଖାଲି ହେବାର ସମ୍ଭାବନା ରହିଥାଏ ।

ପୋଲିସରେ ଅଭିଯୋଗ: ପୋଲିସ ଷ୍ଟେସନରେ ଅଭିଯୋଗ କରିବା ସହିତ ଏଫଆଇଆର କପି ନିଅନ୍ତୁ । ଭବିଷ୍ୟତରେ ଏହା କାମରେ ଆସିବ ।

Get real time updates directly on you device, subscribe now.