fbpx

ରାଜଠାକରେଙ୍କ ଧମକର ପ୍ରଭାବ ! ମୁମ୍ବାଇର ୭୨ ପ୍ରତିଶତ ମସଜିଦ କମ କଲେ ଲାଉଡସ୍ପିକର ସାଉଣ୍ଡ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଲାଉଡ୍ ସ୍ପିକରକୁ ନେଇ ଜାରି ବିବାଦ ମଧ୍ୟରେ ମୁମ୍ବାଇରେ ଥିବା ୭୨ ପ୍ରତିଶତ ମସଜିଦ ଅଜାନ ସମୟରେ ଲାଉଡସ୍ପିକର ସାଉଣ୍ଡକୁ କମ କରିଛନ୍ତି। ଏହା ବ୍ୟତୀତ ଅନେକ ମସଜିଦ ସକାଳର ଅଜାନ ସମୟରେ ଲାଉଡସ୍ପିକର ବ୍ୟବହାର ବନ୍ଦ କରି ଦେଇଛନ୍ତି। ମୁମ୍ବାଇ ପୋଲିସ ଦ୍ଵାରା ହୋଇଥିବା ସର୍ଭେରେ ଏହି ତଥ୍ୟ ସାମ୍ନାକୁ ଆସିଛି।

ମହାରାଷ୍ଟ୍ର ପୋଲିସର ଏହି ସର୍ଭେ ଏମିତି ସମୟରେ ଆସିଛି, ଯେତେବେଳେ ଅଲ ଇଣ୍ଡିଆ ସୁନ୍ନା ଜମିୟତୁଲ ଉଲେମା ସଂଗଠନର ମୁମ୍ବାଇ ଶାଖା ଲାଉଡସ୍ପିକରର ବ୍ୟବହାର ପାଇଁ ପୋଲିସଠୁ ଅନୁମତି ମାଗିଛନ୍ତି। ସଂଗଠନ କହିଛି କିଛି ଲୋକ ନମାଜ ସମୟରେ ଲାଉଡ୍ ସ୍ପିକର ବ୍ୟବହାର ବନ୍ଦ କରାଇବାକୁ ଚାହାନ୍ତି, ଏଥିପାଇଁ ଆମକୁ ମୁମ୍ବାଇ ପୋଲିସର ଅନୁମତି ଦରକାର।

ସଂଗଠନ ନିଜ ବୟାନରେ କହିଛି, ମୁମ୍ବାଇ ପୋଲିସ କମିଶନର ସଞ୍ଜୟ ପାଣ୍ଡେଙ୍କୁ ଚିଠି ଲେଖି ଏହି ମାମଲାରେ ଆବଶ୍ୟକ ଗାଇଡ୍ଲାଇନ୍ ଜାରି କରିବାକୁ ଅନୁରୋଧ କରିଛୁ। ଅଲ ଇଣ୍ଡିଆ ସୁନ୍ନି ଜମିୟତୁଲ ଉଲେମାର ରାଜ୍ୟ ୟୁନିଟର ସଭାପତି ମୋଇନୁଦ୍ଦୀନ ଅଶରଫ କହିଛନ୍ତି ମୁମ୍ବାଇର ମସଜିଦ ଲାଉଡସ୍ପିକରକୁ ନେଇ ସୁପ୍ରିମକୋର୍ଟଙ୍କ ଆଦେଶକୁ ପୂର୍ବରୁ ପାଳନ କରି ଆସୁଛି।

ସୂଚନାଯୋଗ୍ୟ, ମହାରାଷ୍ଟ୍ର ନବ ନିର୍ମାଣ ସେନାର ପ୍ରମୁଖ ରାଜ ଠାକରେ ଏପ୍ରିଲ ୨ରେ ଧମକ ଦେଇଥିଲେ ଯେ ଯଦି ମହାରାଷ୍ଟ୍ର ସରକାର ମେ ୩ ପର୍ଯ୍ୟନ୍ତ ମସଜିଦରୁ ଲାଉଡସ୍ପିକର ହଟାଇବାରେ ବିଫଳ ହୁଅନ୍ତି ତେବେ ତାଙ୍କ ପାର୍ଟିର କାର୍ଯ୍ୟକର୍ତ୍ତା ନମାଜ ସମୟରେ ମସଜିଦ ସାମ୍ନାରେ ବଡ ବଡ ସ୍ପିକରରେ ହନୁମାନ ଚାଳିସା ଏବଂ ଭଜନ ବଜାଇବେ।

Get real time updates directly on you device, subscribe now.