fbpx

ପ୍ରେମ ଆଗରେ ପର ହେଲେ ଜନ୍ମକଲା ବାପା ମାଆ, ମା’ କୁ ଠେଲି ଦେଇ ପ୍ରେମିକ ପାଖକୁ ଦୌଡ଼ିଗଲା ଝିଅ…

ଗଞ୍ଜାମ: ପ୍ରେମ ଆଗରେ ପର ହେଲେ ଜନ୍ମକଲା ବାପା ମାଆ। ଆଉ ପ୍ରେମ ଆଗରେ ଛୋଟ ହୋଇଗଲା ବାପା ମାଆଙ୍କର ସମସ୍ତ ଭଲ ପାଇବା ଓ ସ୍ନେହ ଆଦର। ଶେଷରେ ଦୁନିଆ ଆଗରେ ମା’କୁ ଲାତ ମାରି ପ୍ରେମିକ ସାଙ୍ଗରେ ଚାଲିଗଲା ଝିଅ। ଏଭଳି ହାଡ୍ରାମା ଦେଖିବାକୁ ମିଳିଛି ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଭିତରେ।

ସୂଚନା ଅନୁସାରେ ଗାଙ୍ଗପୁର ଥାନା ଅନ୍ତର୍ଗତ ବଡବୋରସିଙ୍ଗ ଗାଁର ଗୈାରୀବାଳା ସାହୁଙ୍କ ଝିଅ ପ୍ରିୟଙ୍କା ପ୍ରିୟଦର୍ଶିନୀ ବ୍ରହ୍ମପୁରରେ ଇଞ୍ଜିନିୟରିଂ ପାଠ ପଢ଼ୁଥିଲେ । ସେହିଠାରୁ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦୨୧ରେ ଘରେ କେହି ନଥିବା ବେଳେ ପୁଅ ସହ କେଉଁଆଡେ ଚାଲିଯାଇଥିଲେ । ତେବେ ଗାଙ୍ଗପୁର ଥାନାରେ ଏନେଇ ଅଭିଯୋଗ କରିଥିଲେ ପରିବାର ଲୋକେ । ପରେ ଉଦ୍ଧାର କରି ବ୍ରହ୍ମପୁର ସୁଧାରଗୃହରେ ୭ ମାସ ରଖାଯାଇଥିଲା । କିନ୍ତୁ ପୁଅ ଘର ଲୋକେ ସୁଧାର ଗୃହରୁ ଝିଅକୁ ନେଇଯାଇଥିଲେ ।

ଏହାପରେ ପ୍ରାୟ ଦେଢ଼ ବର୍ଷ ହେଲା ପରିବାର ଲୋକଙ୍କୁ ଝିଅକୁ ଦେଖାଉନଥିଲେ ପୁଅଙ୍କ ପରିବାର ଲୋକେ । ଏପରିକି ଜନ୍ମକଲା ଝିଅକୁ ଦେଖାଇବା ପାଇଁ ୫ ଲକ୍ଷ ଦାବି କରିଥିଲେ ପୁଅର ପରିବାର ଲୋକେ । ତେବେ ଏହି ଘଟଣାରେ ଆଜି ଝିଅ ବୈଦ୍ୟନାଥପୁରରେ ଉଭୟ ପରିବାର ପହଞ୍ଚିବା ପରେ ହୋଇଥିଲା ହାଇଡ୍ରାମା ।

Get real time updates directly on you device, subscribe now.