fbpx

Ind Vs Ban 2nd ODI: ପୁଣି ପାଣି ପିଆଇଲା ବାଂଲାଦେଶ, ରୋମାଞ୍ଚକର ମୁକାବିଲାରେ ୫ରନ୍‌ରେ ହାରିଲା ଭାରତ

ନୂଆଦିଲ୍ଲୀ: ଢାକାରେ ଚାଲିଥିବା ରୋମାଞ୍ଚକର ଦ୍ୱିତୀୟ ଦିନିକିଆରେ ଭାରତକୁ ୫ ରନ୍‌ରେ ହରାଇଛି ବାଂଲାଦେଶ। ଏହା ସହିତ ଘରୋଇ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୦ରେ ଆଗୁଆ ଜିତି ନେଇଛି। ରୋମାଞ୍ଚକର ମ୍ୟାଚ୍‌ର ଶେଷ ବଲ୍‌ରେ ଭାରତକୁ ବିଜୟ ପାଇଁ ୬ ରନ୍ ଆବଶ୍ୟକ ଥିଲା। କିନ୍ତୁ ରୋହିତ ଶର୍ମା ଛକ୍କା ମାରି ପାରି ନଥିଲେ ଏବଂ ବାଂଲାଦେଶ ୫ରନ୍‌ରେ ଏହି ମ୍ୟାଚ୍‌କୁ ଜିତିବାରେ ସଫଳ ହୋଇଥିଲା।

ଏହାପୂର୍ବରୁ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ମେହେଦି ହାସନଙ୍କ ଶତକ ବଳରେ ୫୦ ଓଭରରେ ୭ ୱିକେଟ୍ ହରାଇ ୨୭୧ ରନ୍ ସଂଗ୍ରହ କରିଥିଲା । ୧୦୦ ରନ୍ ସ୍କୋର କରିବା ପରେ ହାସନ୍ ଅପରାଜିତ ରହିଥିବାବେଳେ ମହମୁଦୁଲ୍ଲା ୭୭ ରନ୍ ସଂଗ୍ରହ କରିଥିଲେ । ଉଭୟ ସପ୍ତମ ୱିକେଟ୍ ପାଇଁ ମହତ୍ୱପୁର୍ଣ୍ଣ ୧୭୪ ରନ୍ ଯୋଡ଼ିଥିଲେ ।

ପ୍ରାରମ୍ଭିକ ଝଟକା ଖାଇ ବାଂଲାଦେଶର ଗୋଟିଏ ସମୟରେ ୬ ଟି ୱିକେଟ୍ ହରାଇ ୬୯ ରନ୍‌ରେ ସଂଘର୍ଷ କରୁଥିଲା, କିନ୍ତୁ ଏହା ପରେ ମେହେଦି ହାସନ୍ ଏବଂ ମହମୁଦୁଲ୍ଲା ଚମତ୍କାର ବ୍ୟାଟିଂ କରି ଦଳର ସ୍କୋରକୁ ୨୭୧ ରନ୍ରେ ନେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଭାରତ ପାଇଁ ଉମ୍ରାନ ମଲ୍ଲିକ ୨ଟି, ସିରାଜ ୨ ଟି ଏବଂ ୱାଶିଂଟନ୍ ସୁନ୍ଦର ୩ ଟି ୱିକେଟ୍ ନେଇଥିଲେ ।

ବାଂଲାଦେଶ ପରି ଭାରତ ମଧ୍ୟ ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଥିଲା । ତେବେ ଶ୍ରେୟସ୍ ଆୟର ୮୨ ରନ୍ ସଂଗ୍ରହ କରିଥିବାବେଳେ ଅକ୍ଷର ପଟେଲ ୫୬ ରନ୍ ସଂଗ୍ରହ କରିଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ହିଟ୍ ମ୍ୟାନ୍ ରୋହିତ ଆଙ୍ଗୁଠିରେ ଆଘାତ ପାଇଥିଲେ ମଧ୍ୟ ୧୦ ନମ୍ବରରେ ବ୍ୟାଟିଂ କରି ଏହି ମ୍ୟାଚ୍‌କୁ ରୋମାଞ୍ଚକର କରିଥିଲେ । କିନ୍ତୁ ତାହା ଭାରତର ବିଜୟ ପର୍ଯ୍ୟାପ୍ତ ହୋଇନଥିଲା । ତେବେ ଆଘାତ ପାଇ ମଧ୍ୟ ଏଭଳି ପ୍ରଦର୍ଶନ ପାଇଁ ସମସ୍ତେ ରୋହିତଙ୍କର ପ୍ରଶଂସା କରୁଛନ୍ତି ।

Get real time updates directly on you device, subscribe now.