fbpx

ଦଳ ବିରୋଧୀ କାମ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ: ୩୦ ଜଣ ନେତାଙ୍କୁ ବହିଷ୍କାର କଲା କଂଗ୍ରେସ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ନିର୍ବାଚନୀ ଫଳାଫଳ ଆସିବାର ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ନେଇଛି ବଡ଼ ପଦକ୍ଷେପ । ଦଳର ୩୦ ଜଣ ନେତାଙ୍କୁ ବହିଷ୍କାର କରିଛି କଂଗ୍ରେସ । ଦଳ ବିରୋଧି କାର୍ଯ୍ୟଂକଳାପରେ ସାମିଲ ଥିବାରୁ କଂଗ୍ରେସ ଏପରି କାର୍ଯ୍ୟାନୁଷ୍ଠାନ ଆପଣାଇଥିବା ଜଣାପଡିଛି । କଂଗ୍ରେସ ୩୦ ଜଣ ନେତାଙ୍କ ଲିଷ୍ଟ ଜାରି କରିଛି । ସେମାନଙ୍କ ମଧ୍ୟରେ ଅନେକ ନେତା ଦୀର୍ଘ ସମୟ ଧରି ଦଳରେ ଥିଲେ ।

ତେବେ କଂଗ୍ରେସ ଦ୍ୱାରା ଜାରି ହୋଇଥିବା ଲିଷ୍ଟରେ ଦଳର ଭଲ ଭଲ ନେତା ସାମିଲ ଅଛନ୍ତି । ସେହି ନେତାମାନେ ଅନେକ ସମୟ ଧରି ଦଳରେ ରହିଥିଲେ । ସେମାନଙ୍କର ଜିଲ୍ଲା ଓ ସହର ସ୍ତରରେ ଭଲ ନାଁ ରହିଛି । ହିମାଚଳ ପ୍ରଦେଶ କଂଗ୍ରେସ ସଭାପତି ସାଂସଦ ପ୍ରତୀଭା ସିଂ ଆସନ୍ତା ୬ ବର୍ଷ ପାଇଁ ୩୦ ଜଣ କଂଗ୍ରେସ କାର୍ଯ୍ୟାଳୟର ସଦସ୍ୟଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ବହିଷ୍କାର କରିଛନ୍ତି । ଚୌପାଲ ବ୍ଲକ ସହିତ ଜିଲ୍ଲା କଂଗ୍ରେସ କମିଟି ଶିମଲା ଗ୍ରାମୀଣର ପଦାଧିକାରୀ ମଧ୍ୟ ଏଥିରେ ସାମିଲ ଅଛନ୍ତି । ଦେଖନ୍ତୁ ଲିଷ୍ଟ…

Get real time updates directly on you device, subscribe now.