fbpx

ଆତଙ୍କ ସୃଷ୍ଟି କଲେ ‘ଘାଇଲା ସିଂହ’ ରୋହିତ ଶର୍ମା: ୫ ଛକା ଓ ୩ ଚୌକା ମାରି ଜିତିଲେ ସମସ୍ତଙ୍କ ହୃଦୟ

ଢାକା: ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜରେ ଭାରତ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ମଧ୍ୟ ପରାଜୟର ସାମ୍ନା କରିଛି । ଯଦିଓ ଏହି ମ୍ୟାଚ୍‌ରେ ଭାରତ ହାରି ଯାଇଛି, କିନ୍ତୁ ଅଧିନାୟକ ରୋହିତ ଶର୍ମା ସମସ୍ତଙ୍କର ହୃଦୟ ଜିତିନେଇଛନ୍ତି । ଆଜିର ମ୍ୟାଚ୍‌ରେ ପ୍ରଥମ ଇନିଂସରେ ଆଘାତ କାରଣରୁ ଅଧିନାୟକ ରୋହିତ ଶର୍ମା ପଡ଼ିଆରୁ ବାହାରି ଯାଇଥିଲେ ।

କିନ୍ତୁ ଯେତେବେଳେ ଭାରତୀୟ ଇନିଂସ ଆରମ୍ଭ ହେଲା ଏବଂ ଦଳର ୭ ୱିକେଟ୍ ହରାଇ ସାରିଥିଲା, ଆହତ ହିଟ୍ ମ୍ୟାନ୍ ବ୍ୟାଟିଂ କରିବାକୁ ଓହ୍ଲାଇ ଆସିଥିଲେ, ଆଗାତ ପାଇଥିବା ଆଙ୍ଗୁଠିରେ ରୋହିତ ବାଂଲାଦେଶୀ ବୋଲରଙ୍କ ଜୋରଦାର ପ୍ରହାର କରିଥିଲେ । ତେବେ ରୋହିତଙ୍କର ଏହି ସାହାସିକତା ତଥା ଦାୟିତ୍ୱପୁର୍ଣ୍ଣ ପ୍ରଦର୍ଶନ ପାଇଁ ସୋସିଆଲ ମିଡିଆରେ ତାଙ୍କର ଅନେକ ପ୍ରଶଂସା କରାଯାଉଛି ।

ରୋହିତ ଶର୍ମା ୨୮ ବଲରୁ ୫୧ ରନର ଅପରାଜିତ ଇନିଂସ ଖେଳିଥିଲେ, ଯେଉଁଥିରେ ସେ ୩ ଚୌକା ଓ ୫ ଛକା ମାରିଥିଲେ, ତାଙ୍କ ବ୍ୟାଟିଂ ଏବଂ ଉତ୍ସାହ ପ୍ରଶଂସକଙ୍କ ହୃଦୟ ଜିତିଥିଲା । ରୋହିତ ମ୍ୟାଚରେ ଆହତ ସିଂହ ପରି ଅବତରଣ କରିଥିଲେ । ତାଙ୍କ ଯୋଗୁଁ ଟିମ୍ ଇଣ୍ଡିଆ ଟାର୍ଗେଟର ଅତି ନିକଟତର ହୋଇପାରିଥିଲା । ରୋହିତଙ୍କ ଜ୍ୱଳନ୍ତ ବ୍ୟାଟିଂ ଦେଖିବା ପରେ ଭାରତୀୟ ପ୍ରଶଂସକଙ୍କ ଖୁସି ବ୍ୟକ୍ତ କରିଛନ୍ତି ।

ଆଜି ମ୍ୟାଚ୍‌ର ପ୍ରଥମ ଇନିଂସ ସମୟରେ ଦ୍ୱିତୀୟ ସ୍ଲିପ୍‌ରେ ଫିଲ୍ଡିଂ କରୁଥିବା ରୋହିତ ମହମ୍ମଦ ସିରାଜଙ୍କ ଦ୍ୱିତୀୟ ଓଭରର ଚତୁର୍ଥ ବଲରେ ଅନାମୁଲ ହକ୍‌ଙ୍କ କ୍ୟାଚ୍ ଛାଡିଥିଲେ ଏବଂ ଏହି ସମୟ ମଧ୍ୟରେ ତାଙ୍କ ବାମ ହାତରୁ ରକ୍ତ ବାହାରିବା ଆରମ୍ଭ କରିଥିଲା । ଯେଉଁଥି ପାଇଁ କିଛି ସମୟ ପରେ ତାଙ୍କୁ ପଡ଼ିଆ ଛାଡିବାକୁ ପଡିଥିଲା । ଏବଂ ଏହି ମ୍ୟାଚ୍‌ରେ କେଏଲ ରାହୁଲ ଅଧିନାୟକତ୍ୱ କରିଥିଲେ ।

 

Get real time updates directly on you device, subscribe now.