fbpx

ପ୍ରେମ ପାଇଁ ବୟସକୁ ଖାତିର ନକରି ୭୦ ବର୍ଷୀୟା ବୃଦ୍ଧାଙ୍କୁ ବିବାହ କଲେ ୩୫ ବର୍ଷୀୟ ଯୁବକ

ଓଡ଼ିଶା ଭାସ୍କର: କିଛି ଦିନ ହେବ ସୀମା ପାର୍‌ ପ୍ରେମ କାହାଣୀର ସଂଖ୍ୟା ଅଧିକ ଦେଖିବାକୁ ମିଳୁଛି। ପ୍ରେମ ପାଇଁ ଦେଶ ପାର୍‌ କରିବାର ଅନେକ ମାମଲା ଅତୀତରେ ବହୁତ ଦେଖିବାକୁ ମିଳିଛି। ନିକଟରେ ପାକିସ୍ତାନ ସୀମା ହାଇଦର୍‌ ଓ ଭାରତର ଅଞ୍ଜୁ ହେଉଛନ୍ତି ତାହାର ଏକ ଉଦାହରଣ। ବର୍ତ୍ତମାନ ଆଉ ଏକ ଆଶ୍ଚର୍ଯ୍ୟ କରିଦେଲା ଭଳି ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଏହି କାହାଣୀରେ ପ୍ରେମୀ ଦ୍ଵୟ ନିଜ ବୟସକୁ ଖାତିର ନକରି ପରସ୍ପରଙ୍କ ପ୍ରତି ଆକୃଷ୍ଟ ହୋଇଛନ୍ତି। ଘଟଣାଟି ଏମିତି, ଜଣେ ୩୫ ବର୍ଷୀୟ ପାକିସ୍ତାନୀ ଯୁବକ ପ୍ରେମରେ ପଡ଼ିଯାଇଥିଲେ କାନ୍ନାଡାର ଜଣେ ୭୦ ବର୍ଷୀୟା ମହିଳା। ବର୍ତ୍ତମାନ ଏହି ପାକିସ୍ତାନୀ ଯୁବକ ଓ କନ୍ନଡୀୟ ମହିଳା ପରସ୍ପରଙ୍କୁ ବିବାହ କରି ସାରିଥିବା ଖବର ସାମ୍ନାକୁ ଆସିଛି।

ପାକିସ୍ତାନର ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏହି ଯୁବକଙ୍କ ନାମ ନଇମ। ଏହି ପତି-ପତ୍ନୀଙ୍କ ମଧ୍ୟରେ ଥିବା ବୟସ ବ୍ୟବଧାନକୁ ନେଇ ଲୋକେ ବିଭିନ୍ନ କଥା ହେଉଛନ୍ତି। କେହି କେହି ବିବାହର କାରଣ ପ୍ରେମ ନୁହେଁ, ଆଉ କିଛି ବୋଲି ଚର୍ଚ୍ଚା ହେଉଛି। ନଇମ ସେମାନଙ୍କ ସଂପର୍କକୁ ନେଇ ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ ସେ ଓ ତାଙ୍କ ପତ୍ନୀ ୧୦ ବର୍ଷ ତଳୁ ସୋସିଆଲ୍‌ ମିଡିଆ ଜରିଅରେ ପରସ୍ପର ବନ୍ଧୁ ହୋଇଥିଲେ। ସେପଟେ ନଇମ୍‌ଙ୍କୁ କେହି କେହି ଗୋଲ୍‌ଡ ଡିଗର୍‌ ବା ଟଙ୍କା ପାଇଁ ବିବାହ କରିଥିବା କହୁଥିବା ବେଳେ ସେ କିନ୍ତୁ ଏହାକୁ ସମ୍ପୁର୍ଣ୍ଣ ଖଣ୍ଡନ କରି କହିଛନ୍ତି ‌ଯେ ମୋ ପତ୍ନୀ ଧନୀ ନୁହଁନ୍ତି ଯେ ସେ ଟଙ୍କା ପାଇଁ ତାଙ୍କୁ ବିବାହ କରିଛି।

Get real time updates directly on you device, subscribe now.