fbpx
BSKY
BJD MC SKY
BJD MS SKY

Love Marriage ପାଇଁ ଲଭରରୁ ହୋଇଗଲେ ଲୁଟେରା: ଅତି ଚାଲାକି ପାଇଁ ହନିମୁନ୍ ପୂର୍ବରୁ ଯୁବକଙ୍କୁ ଜେଲ

ନୂଆଦିଲ୍ଲୀ: ପ୍ରେମ ପାଇଁ ଯୁବକ-ଯୁବତୀ ଅନେକ ସମୟରେ କିଛି ଅଜବ ନିଷ୍ପତ୍ତି ନେଉଥିବାର ଦେଖାଯାଇଥାଏ । ବିଭିନ୍ନ ଜାଗାରେ ଉଭୟ ପ୍ରେମୀ ପରସ୍ପରକୁ ପାଇବା ପାଇଁ ସମସ୍ତଙ୍କ ସହ ଲଢିଯାଆନ୍ତି । କିନ୍ତୁ ବର୍ତ୍ତମାନ ଏକ ଅଜବ କାଣ୍ଡ ଦେଖିବାକୁ ମିଳିଛି । ଯେଉଁଥିରେ ପ୍ରେମୀ ତାଙ୍କ ପ୍ରେମିକାଙ୍କୁ ପାଇବା ପାଇଁ ଜେଲରେ ପହଞ୍ଚି ଯାଇଛନ୍ତି । ହରିୟାଣାର ଭିବାନୀ ଅଞ୍ଚଳରେ ଲୁଟ ମାମଲା ନେଇ ଏକ ଅଜବ ଖୁଲାସା କରିଛି ସିଆଇଏ-୨ ପୋଲିସ । ତେବେ ଏହି ଲୁଟ୍ ରପ୍ରକୃତ କାରଣ ଥିଲା ଲଭ୍ ମ୍ୟାରେଜ । ବିବାହର ଖର୍ଚ୍ଚ ଉଠାଇବା ପାଇଁ ଏହି ନିଷ୍ପତ୍ତି ନେଇଥିଲେ ଯୁବକ । କିନ୍ତୁ ହନିମୁନ୍ ପୂର୍ବରୁ ପ୍ରେମିକ ଜଣଙ୍କୁ ପୋଲିସ ଗିରଫ କରି ଜେଲ ପଠାଇ ଦେଇଛି ।

ସୂଚନା ଅନୁସାରେ, ଆନନ୍ଦ ନାମକ ଜଣେ ଯୁବକ ପ୍ରେମ ବିବାହ ପାଇଁ ନିଜ ସାଥୀମାନଙ୍କ ସହ ମିଶି ଏକ ବଡ଼ ଧରଣର ଲୁଟ କରିଥିଲେ । ଧାରୁଆ ମାରଣାସ୍ତ୍ର ସହିତ ସିଏସସି(କମନ୍ ସର୍ଭିସ ସେଣ୍ଟର) ସଞ୍ଚାଳକ କୁଳଦୀପଙ୍କ ସହ ମାରପିଟ କରିବା ସହ ଲୁଟ କରି ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି । ୫ ଜଣଙ୍କ ସହ ଦୋକାନରୁ ପ୍ରାୟ ୧ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି ଆନନ୍ଦ । ତେବେ ଘଟଣାର ୪ ଦିନ ପରେ ଆନନ୍ଦ ପାଖ ଗାଁର ଜଣେ ଯୁବତୀଙ୍କୁ ବିବାହ କରିତିବା ଜାଣିବାକୁ ମିଳିଛି । ଏହାପରେ ସୁନା ପିଲା ଭଳି ପୋଲିସ ନିକଟରେ ସୁରକ୍ଷା ପାଇଁ ପହଞ୍ଚିଥିଲା ଲୁଟେରା ଆନନ୍ଦ । କିନ୍ତୁ ଏହି ପ୍ଲାନ ସମ୍ପୂର୍ଣ୍ଣ ଫେଲ ମାରିଛି । ବିବାହର ହନିମୁନ ପୂର୍ବରୁ ଆନନ୍ଦକୁ ଗିରଫ କରିଛି ଭିବାନୀ ପୋଲିସ ।

ଅଭିଯୋଗ ପରେ ମାମଲାର ତଦନ୍ତ କରି ସିବାନି ଗ୍ରାମର ଆନନ୍ଦ ସମେତ ସାଥୀ ରାହୁଲ, କଳଦୀପ ଏବଂ ପବନକୁ ଗିରଫ କରିଛି । ଏ ନେଇ ଭିବାନୀ ଏସପି ବରୁଣ ସିଙ୍ଗଲା ସୂଚନା ଦେଇଛନ୍ତି । ଏହାପରେ ଏସପି ସିଙ୍ଗଲା କହିଛନ୍ତି ଯେ, ଲୁଟ ମାମଲାରେ ୫ ଜଣ ସାମିଲ ଥିବା ବେଳେ ପଞ୍ଚମ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଯୋଜନା କରାଯାଉଛି । ତେବେ ଆନନ୍ଦ ଏବଂ ରାହୁଲ ବିପକ୍ଷରେ ମାରପିଟ କରିବା ସହ ଧମକ ଦେବା ଭଳି ମାମଲା ରୁଜୁ ହୋଇଛି ।

Get real time updates directly on you device, subscribe now.