fbpx

ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ଫୋନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଇସ୍ରାଏଲ-ହାମାସ ଯୁଦ୍ଧକୁ ନେଇ କଲେ ଆଲୋଚନା

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ସହ ଫୋନ୍ ମାଧ୍ୟମରେ ଇସ୍ରାଏଲ୍-ହାମାସ୍ ଯୁଦ୍ଧ ବିଷୟରେ ଆଲୋଚନା କରିଛନ୍ତି। ସେ ପଶ୍ଚିମ ଏସିଆର କଠିନ ପରିସ୍ଥିତି ଏବଂ ଯୁଦ୍ଧ ଯୋଗୁଁ ସୃଷ୍ଟି ହେଉଥିବା ପରିସ୍ଥିତି ବିଷୟରେ କହିଥିଲେ। ସୋସିଆଲ ସାଇଟ୍ ଏକ୍ସରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ବିଷୟରେ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଏହି ଆଲୋଚନାରେ ଆତଙ୍କବାଦ, ଆତଙ୍କବାଦୀ ଘଟଣା, ହିଂସା ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ଇସ୍ରାଏଲ-ହାମାସ ଯୁଦ୍ଧ ଯୋଗୁଁ ବଢ଼ୁଥିବା ଉତ୍ତେଜନାକୁ ବନ୍ଦ କରିବା, ନିରନ୍ତର ମାନବିକ ସହାୟତା ଏବଂ ଶାନ୍ତି ଏବଂ ସ୍ଥିରତାର ପୁନରୁଦ୍ଧାର ପାଇଁ ଉଭୟ ନେତା ଏହାକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏହା ପୂର୍ବରୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ପାଲେଷ୍ଟାଇନ ପ୍ରାଧିକରଣର ସଭାପତି ମହମୁଦ ଅବ୍ବାସଙ୍କ ସହ ଫୋନରେ କଥା ହୋଇଥିଲେ।

ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ମଧ୍ୟ ରବିବାର ଦିନ ଇରାନର ବୈଦେଶିକ ମନ୍ତ୍ରୀ ହୁସେନ ଆମିର-ଅବଦୁଲ୍ଲାହିୟନଙ୍କ ସହ ଇସ୍ରାଏଲ-ହାମସ ଯୁଦ୍ଧକୁ ନେଇ ଫୋନରେ କଥାବାର୍ତ୍ତା ହୋଇଛନ୍ତି । ଜୟଶଙ୍କର କହିଛନ୍ତି ଯେ, ‘ଅମିର-ଅବଦୁଲ୍ଲାହିୟନଙ୍କୁ ଯୁଦ୍ଧକୁ ରୋକିବା ଏବଂ ମାନବୀୟ ସହାୟତା ପ୍ରଦାନ କରିବାର ମହତ୍ତ୍ୱରେ ଅବଗତ କରାଇଛନ୍ତି ।’

Get real time updates directly on you device, subscribe now.