fbpx

ବିରାଟଙ୍କ ହାତରେ ଏ କେଉଁ Device? ଏହି ଯନ୍ତ୍ର ପାଇଁ ବଡ଼ ଇନିଂସ ଖେଳି ପାରୁଛନ୍ତି କିଙ୍ଗ କୋହଲି…

Advertisement

ନୂଆଦିଲ୍ଲୀ: ଟିମ ଇଣ୍ଡିଆର କିଙ୍ଗ ବିରାଟ କୋହଲିଙ୍କ ଫିଟନେସ୍ ଅନ୍ୟ ସବୁ ଖେଳାଳିମାନଙ୍କ ଠାରୁ ଖୁବ ଭିନ୍ନ । ଏହି ଫିଟନେସ ପାଇଁ ଚଳିତ ବିଶ୍ୱକପରେ ଦମଦାର ଫର୍ମରେ ରହିଛନ୍ତି କିଙ୍ଗ କୋହଲି । ୮ଟି ଇନିଂସରେ ୨ଟି ଶତକ ସହ ବିଶ୍ୱକପରେ ସର୍ବାଧିକ ରନ୍ ତାଲିକାରେ ଦ୍ୱିତୀୟ ସ୍ତାନରେ ରହିଛନ୍ତି ବିରାଟ । ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଦମଦାର ଶତକ ହାସଲ କରି ବିରାଟ ସଚିନ୍ଙ୍କ ୪୯ ଶତକ ରେକର୍ଡର ସମକକ୍ଷ ହୋଇଛନ୍ତି । କିନ୍ତୁ ଏହି ମ୍ୟାଚ ପରେ ବିରାଟଙ୍କ ହାତରେ ଥିବା ଏକ ବ୍ୟାଣ୍ଡକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିରାଟ ହାତରେ ଲଗାଉଥିବା ଏହି ଘଣ୍ଟା ପରି ଡିଭାଇସଟି କଣ ବୋଲି ପ୍ରଶ୍ନ କରିଛନ୍ତି ପ୍ରଶଂସକ । ତେବେ ଏହି ବ୍ରେସଲେଟ ପାଇଁ ବିରାଟ ବଡ଼ ବଡ଼ ଇନିଂସ ଖେଳିପାରୁଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ଅନେକ ସମୟରେ ବିରାଟ କୋହଲି ତାଙ୍କ ହାତରେ କିଛି ଗୋଟିଏ ସ୍ମାର୍ଟ ୱାଚ ଭଳି ଡିଭାଇସ ପିନ୍ଧିଥିବାର ଦେଖା ଯାଇଥାଏ । ଯହାକୁ ଅନେକ ସମୟରେ ଫୁଲବଲର କିଙ୍ଗ ଖ୍ରିଷ୍ଟାନୋ ରୋନାଲ୍ଡୋ ମଧ୍ୟ ଏହାକୁ ପିନ୍ଧିଥାନ୍ତି । ତେବେ ଏହାକୁ ଫିଟନେସ ବ୍ରେସଲେଟ ବୋଲି କୁହାଯାଏ । ଯାହାକୁ ଅଧିକାଂଶ ଖେଳାଳି ମାନେ ହିଁ ପିନ୍ଧିଥାନ୍ତି । ଫିଟନେସ ପ୍ରତି ଅଧିକ ଧ୍ୟାନ ରଖୁଥିବା ଖେଳାଳିମାନେ ଏହାକୁ ନିଜ ହାତରେ ଲଗାଇଥାନ୍ତି । ସେଥିପାଇଁ ବିରାଟ ଏବହ ରୋନାଲ୍ଡୋ ଉଭୟ ଖେଳାଳି ନିଜର ଫିଟନେସକୁ ମାପିବା ସହ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏହି ଟ୍ରାକର ଡିଭାଇସ ବ୍ୟବହାର କରିଥାନ୍ତି ।

ତେବେ କୋହଲି ଏହି ଭଳି ଦୁଇଟି ରଙ୍ଗର ଫିଟନେସ ବ୍ୟାଣ୍ଡକୁ ବିଶ୍ୱକପ୍ ଖେଳିବା ସମୟରେ ବ୍ୟବହାର କରୁଛନ୍ତି । ଯାହାକୁ କ୍ରିକେଟ ଫ୍ୟାନମାନେ ଦେଖି ମଧ୍ୟ ନିଜର ପ୍ରତିକ୍ରିୟା ମାନ ରଖିଛନ୍ତି । ସେମାନେ କହିଛନ୍ତି ଯେ, ଏହି ଭଳି ବ୍ୟାଣ୍ଡ ରୋନାଲ୍ଡୋ ମଧ୍ୟ ପିନ୍ଧନ୍ତି । ଫିଟନେସ ବ୍ୟାଣ୍ଡ ଦେଖାଇ ଦେଇଥାଏ କି କେତେ ସ୍ପିଡରେ ରନିଂ କଲ , ତୁମର ସ୍ପିଡ କେତେ ରହିଛି ଇତ୍ୟାଦି । ଏହାସହିତ ହାର୍ଟ ବିଟ ଠାରୁ ଆରମ୍ଭ କରି କେତେ ଷ୍ଟେପ ଚାଲିବା ହୋଇଛି ଏବଂ ଆଉ କେତେ ଷ୍ଟେପ ଚାଲିବା ଦରକାର ମଧ୍ୟ ବୁଝାଇ ଦେଇଥାଏ ଏହି ବ୍ୟାଣ୍ଡ । ତେବେ ଖାଇବା ଉପରେ ମଧ୍ୟ ଏହି ବ୍ୟାଣ୍ଡ ବିଶେଷ ଧ୍ୟାନ ଦେଇଥାଏ ।

Get real time updates directly on you device, subscribe now.