fbpx
BSKY SKY
BSKY SKY

ରାତି ଅଧରେ ପ୍ରେମିକାକୁ ଭେଟିବାକୁ ଯାଇ କୂଅରେ ଗଳି ପଡ଼଼ିଲେ ପ୍ରେମିକ

BSKY

ଲଖନଉ: ପ୍ରେମ ଚକରରେ ଯୁବତୀ-ଯୁବକ ମାନେ କେତେ ବେଳେ କେଉଁ ସମସ୍ୟାରେ ପଡ଼ନ୍ତି ତାହା କହିହୁଏ ନାହିଁ । ଏହି କ୍ରମରେ ଜଣେ ଯୁବକ ନିଜ ପ୍ରେମିକାକୁ ଦେଖାକରିବାକୁ ତାଙ୍କ ଘରକୁ ଲୁଚି ଛପି ଯିବା ସମୟରେ କୂଅ ଭିତରକୁ ଖସିପଡ଼ିଛି । ଏହିଭଳି ଏକ ଘଟଣା ଘଟିଛି ଲଖନଉର ବିଜନୌର୍ ଠାରେ । ରବିବାର ଦିନ ରାତିରେ ଯୁବକ ଜଣକ ପ୍ରେମିକାକୁ ଘର ପାଖରେ ଲୁଚି ଛପି ପହଞ୍ଚିଥିଲା । ହେଲେ ଘନ କୁହୁଡ଼ି କାରଣରୁ ରାସ୍ତା ଦେଖାଯାଇନଥିଲା ଓ ଫଳସ୍ୱରୂପ କୁଅ ଭିତରକୁ ପଡ଼ିଯାଇଥିଲା ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଙ୍ଗାମା ସୃଷ୍ଟି ହୋଇଛି । ତେବେ ଯୁବକଙ୍କୁ ଅନେକ ପ୍ରୟାସ ପରେ ବାହାରକୁ ଅଣାଯାଇ ପାରୁନଥିଲା । ଏହି କାରଣରୁ କୂଅ ପାଖରେ ବସି ପ୍ରେମିକା ଜଣକ ଜୋର ପାଟିରେ କାନ୍ଦିବାକୁ ଲାଗିଥିଲେ । ତାଙ୍କ ପାଟି ଶୁଣି ଗାଁ ଲୋକ ଚାଲିଆସିଥିଲେ ଓ ପୋଲିସ୍ ମଧ୍ୟ ପହଞ୍ଚି ଦଉଡି ଜରିଆରେ ଯୁବକଙ୍କୁ କାଢ଼ିବାରେ ସାହାଯ୍ୟ କରିଥିଲେ । ଶେଷରେ ପ୍ରେମିକ ବାହାରକୁ ଆସିଥିଲେ । ପ୍ରାୟ ୪୦ ଫୁଟର କୂଅ ଭିତରକୁ ଖସିପଡ଼ିଥିଲେ ଯୁବକ ।

ତେବେ ପ୍ରେମିକକୁ ଦେଖାକରିବା ପାଇଁ ଯୁବତୀ ଜଣକ ମଧ୍ୟ ବାହାରକୁ ଆସିଥିଲେ । ହେଲେ କୂଅକୁ ଖସିପଡ଼ିବାରୁ ଯୁବତୀ ଜଣକ ନିଜ ସ୍ତରରେ ତାଙ୍କୁ ଲୁଚି ଛପି କୂଅରୁ ବାହାର କରିବାକୁ ଚେଷ୍ଟା କରିଥିଲେ । ହେଲେ ଅସଫଳ ରହିଥିଲେ । ଏହାପରେ ଯୁବତୀ ଜଣକ ନିଜ ପ୍ରେମିକକୁ କାଢ଼ିବାରେ ଅସଫଳ ହେବାରୁ କୁଅ ପାଖରେ ବସି ଜୋରପାଟିରେ କାନ୍ଦିବାକୁ ଲାଗିଥିଲେ ଓ ଚିଲ୍ଲାଇଥିଲେ ମଧ୍ୟ । ତାଙ୍କ ପାଟି ଶୁଣି ଗାଁ ଲୋକ ଦୌଡ଼ି ଆସିଥିଲେ ଓ ପୋଲିସ୍ କୁ ବି ଜଣାଇଥିଲେ । ଏହାପରେ ରସି ସାହାଯ୍ୟରେ ବାହାର କରାଯାଇଥିଲା ଯୁବକଙ୍କୁ ।

Get real time updates directly on you device, subscribe now.