fbpx

ଆଜିଠୁ ବ୍ୟାଙ୍କ ସହ ବଦଳିଲା ଅନେକ ନିୟମ! ପକେଟରେ ପଡିବ ସିଧା ପ୍ରଭାବ

ନୂଆଦିଲ୍ଳୀ: ଆଜିଠାରୁ ଫେବ୍ରୁଆରୀ ମାସ ଆରମ୍ଭ ହେଉଥିବା ବେଳେ ବ୍ୟାଙ୍କିଂ ସହିତ ଅନେକ ନିୟମରେ ବଡ଼ ପରିବର୍ତ୍ତନ ହୋଇଛି । ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ସାଧାରଣ ବଜେଟ୍ ୨୦୨୨-୨୩ ଉପସ୍ଥାପନ କରିବେ । ଏହା ଯୋଗୁଁ ଦେଶ ଅର୍ଥବ୍ୟବସ୍ଥା ମଧ୍ୟ ବଦଳିଯିବ । ବଜେଟ ସହିତ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଜିଠାରୁ ଆରମ୍ଭ ହୋଇଛି, ଯାହାର ସିଧା ପ୍ରଭାବ ଆପଣଙ୍କ ପକେଟରେ ପଡିବ ।

ଟ୍ରାଞ୍ଜାକ୍ସନର ଲିମିଟ୍ ବୃଦ୍ଧି
ଏସବିଆଇ ଅନୁସାରେ, ଆଇଏମପିଏସ ମାଧ୍ୟମରେ ୨ ଲକ୍ଷରୁ ୫ ଲକ୍ଷ ଟଙ୍କା ମଧ୍ୟରେ ଟଙ୍କା ଟ୍ରାଞ୍ଜାକ୍ସନ କରିବା ଉପରେ ୨୦ ଟଙ୍କା+ପ୍ଲସ ଜିଏସଟି ଚାର୍ଜ ଲାଗିବ । ଯାହା ଜରିଆରେ ଆକାଉଣ୍ଟଧାରୀଙ୍କୁ ଯେକୌଣସି ସମୟରେ ବି ଟଙ୍କା ପଠାଯାଇପାରିବ। ଏଥିରେ ଟଙ୍କା ପଠାଇବା ପାଇଁ ସମୟର କୌଣସି ପ୍ରତିବନ୍ଧକ ନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ ୨୦୨୧ ଅକ୍ଟୋବରରେ ଆଇଏମପିଏସ ମାଧ୍ୟମରେ ଟ୍ରାଞ୍ଜାକ୍ସନର ପରିମାଣ ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି । ଆଇଏମପିଏସ ମାଧ୍ୟମରେ କରାଯାଇଥିବା ଟ୍ରାଞ୍ଜାକ୍ସନର ଲିମିଟ ବଢ଼ାଇଛି ଆରବିଆଇ । ଏବେ ଗୋଟିଏ ଦିନରେ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ଟ୍ରାଞ୍ଜାକ୍ସନ କରିପାରିବେ ।

ବ୍ୟାଙ୍କ ଅଫ୍ ବରୋଦାର ନିୟମ ପରିବର୍ତ୍ତନ ହେବ
ଫେବ୍ରୁଆରୀ ୧ରୁ ବ୍ୟାଙ୍କ ଅଫ୍ ବରୋଦାର ଗ୍ରାହକଙ୍କ ଚେକ୍ କ୍ଲିୟରାନ୍ସ ସହ ଜଡ଼ିତ ନିୟମରେ ପରିବର୍ତ୍ତନ କରାଯାଇଛି । ଏବେ ଫେବ୍ରୁଆରୀ ୧ରୁ ଚେକ୍ ପେମେଣ୍ଟ ପାଇଁ ଗ୍ରାହକଙ୍କୁ ପଜିଟିଭ ପେ ସିଷ୍ଟମ ଫଲୋ କରିବାକୁ ପଡିବ । ଅର୍ଥାତ୍ ଚେକ୍ ସହ ଜଡ଼ିତ ସୂଚନା ପଠାଇବାକୁ ପଡିବ, ସେବେ ଚେକ୍ କ୍ଲିୟର ହେବ । ଏହି ପରିବର୍ତ୍ତନ ୧୦ ଲକ୍ଷ ଟଙ୍କାରୁ ଅଧିକ ଚେକ୍ କ୍ଲିୟରାନ୍ସ ପାଇଁ ଲାଗୁ ହେବ ।

PNB ପେନାଲ୍ଟି
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଯେଉଁ ନିୟମ ପରିବର୍ତ୍ତନ କରିଛି, ତାହା ସିଧା ଆପଣଙ୍କ ପକେଟ୍ ଉପରେ ପ୍ରଭାବ ପକାଇବ । ଆପଣଙ୍କ ଆକାଉଣ୍ଟରେ ଟଙ୍କା ନଥିବା କାରଣରୁ, କିସ୍ତି ବା ନିବେଶ ଫେଲ୍ ହେବା କାରଣରୁ ୨୫୦ ଟଙ୍କା ପେନାଲ୍ଟି ଜରିମାନା ଦେବାକୁ ପଡିବ । ବର୍ତ୍ତମାନ ସୁଦ୍ଧା ଏହି ପେନାଲ୍ଟି ୧୦୦ ଟଙ୍କା ରହିଛି ।

Get real time updates directly on you device, subscribe now.