fbpx
BSKY SKY
BSKY SKY

ଏବେ ସ୍ମାର୍ଟଫୋନରେ ନିଜ ଭାଷାରେ ପଢ଼ିପାରିବେ ବଜେଟ୍, ୟୁନିଅନ୍ ବଜେଟ୍ ମୋବାଇଲ୍ ଆପ୍ ଲଞ୍ଚ୍

BSKY

ନୂଆଦିଲ୍ଲୀ: ଚଳିତ ଥର ବଜେଟ୍ ମଧ୍ୟ ପେପର୍ ଲେସ୍ ହେବ । ଚଳିତ ଥରର ବଜେଟ୍ ମଧ୍ୟ ଡିଜିଟାଲ ହେବ । ସାଧାରଣ ଲୋକ ମଧ୍ୟ ବଜେଟ୍ ବୁଝିବା ପାଇଁ ଏବଂ ସମସ୍ତ ତଥ୍ୟ ଉପଲବ୍ଧ କରାଇବା ପାଇଁ ଏକ ଆପ୍ ଲଞ୍ଚ୍ କରାଯାଇଛି । ସାଧାରଣ ଜନତାଙ୍କ ପାଇଁ ସେମାନଙ୍କ ଭାଷାରେ ବଜେଟ୍ ଉପସ୍ଥାପନ କରାଇବା ପାଇଁ ଏକ ସ୍ୱତନ୍ତ୍ର ମୋବାଇଲ୍ ଆପ୍ ଲଞ୍ଚ ହୋଇଛି । ଏଥିରେ ଆପଣ ହିନ୍ଦୀ ଓ ଇଂରାଜୀ ଭାଷାରେ ବଜେଟ୍ ଦେଖିପାରିବେ ।

ସୂଚନା ଯେ, ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ । ବଜେଟ୍ ସକାଳ ୧୧ଟା ରେ ଉପସ୍ଥାପନ ହେବ । ଏହି ଆପ୍ ମାଧ୍ୟମରେ ବଜେଟ୍ ଉପସ୍ଥାପନ ହେବା ପରେ ଲୋକମାନେ ଖୁବ୍ ସହଜରେ ହିନ୍ଦୀ ଓ ଇଂରାଜୀ ଉଭୟ ଭାଷାରେ ପଢ଼ିପାରିବେ । ୟୁନିଅନ୍ ବଜେଟ୍ ମୋବାଇଲ୍ ଆପ୍ ରେ ବଜେଟ୍ ସହ ଜଡ଼ିତ ସମସ୍ତ ତଥ୍ୟ ଲୋକମାନେ ପାଇପାରିବେ । ଗୁଗୁଲ ପ୍ଲେ ଷ୍ଟୋର୍ ରୁ ଆପ୍ ଟିକୁ ଡାଉନଲୋଡ୍ କରିପାରିବେ ।

Get real time updates directly on you device, subscribe now.