fbpx
BSKY
BJD YOUTH SKY
BJD MS SKY

ଜାରି ରହିଛି ଦଳ-ବଦଳ ନୀତି, ଏବେ ବିଜେପି ଛାଡିପାରନ୍ତି ଏହି ରାଜନେତା

ନୂଆଦିଲ୍ଲୀ: ୟୁପି ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହେବା ସହିତ ନେତାଙ୍କ ଦଳ ବଦଳ ରାଜନୀତି ଜାରି ରହିଛି । ଦଳ-ବଦଳ କରୁଥିବା ରାଜନେତାଙ୍କ ମଧ୍ୟରେ ବିଜେପି ସାଂସଦ ରୀତା ବାହୁଗୁନା ଯୋଶୀଙ୍କ ପୁଅ ମୟଙ୍କ ଯୋଶୀଙ୍କ ନାମ ମଧ୍ୟ ସାମିଲ ହୋଇଥିବା ନଜର ଆସିଛି ।

ସୂଚନାନୁସାରେ, ମୟଙ୍କ ଯୋଶୀ ଖୁବ୍ ଶୀଘ୍ର ସମାଜବାଦୀ ପାର୍ଟି ବା ସପାରେ ଯୋଗ ଦେଇପାରନ୍ତି । ତେବେ ବିଜେପି ସାଂସଦ ରୀତା ବାହୁଗୁଣା ଯୋଶୀ ତାଙ୍କ ପୁଅକୁ ଟିକେଟ୍ ଦେବା ପାଇଁ ବିଜେପି ନିକଟରେ ଦାବି କରିଥିଲେ । ଏବେ ସପା ପ୍ରବକ୍ତା ଫଖରୁଲ ହସନ ଚାନ୍ଦ ଦାବି କରିଛନ୍ତି ଯେ, ଲଖନଉର ଗୁରୁତ୍ୱପୂର୍ଣ୍ଣ ନେତାମାନଙ୍କୁ ଆଜି ଅପରାହ୍ନ ୪ ଟାରେ ପାର୍ଟି ଅଫିସକୁ ଡକାଯାଇଛି । ରୀତା ବାହୁଗୁଣା ଯୋଶୀଙ୍କ ପୁଅ ମାୟାନକ ଆଜି ସନ୍ଧ୍ୟାରେ ଏସପି ପାର୍ଟିରେ ଯୋଗ ଦେଇପାରନ୍ତି ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.