fbpx
BSKY SKY
BSKY SKY

ଆଜି ରେକର୍ଡ ସ୍ତର ଛୁଇଁପାରେ ଶେୟାର ମାର୍କେଟ୍: ନଜର ପକାନ୍ତୁ ଗତ ୧୦ ବର୍ଷର ବଜେଟ୍ ଦିବସର ଇତିହାସ ସମ୍ପର୍କରେ

BSKY

ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିବାକୁ ଯାଉଥିବା ବେଳେ ଦେଶବାସୀ ଏହାକୁ ଚାତକ ଭଳି ଚାହିଁ ରହିଛନ୍ତି । କେଉଁ ରାଜ୍ୟକୁ କେତେ, କେଉଁ କ୍ଷେତ୍ରକୁ କେତେ ଅର୍ଥ ଆବଣ୍ଟିତ ହେବ, କ’ଣ ମହଙ୍ଗା ଆଉ କ’ଣ ଶସ୍ତା ହେବ ଏସବୁ ନେଇ ସମସ୍ତଙ୍କ ମନରେ ଉଠିଛି ପ୍ରଶ୍ନ । ତେବେ ଏଭଳି ସ୍ଥିତିରେ ବଜେଟକୁ ନେଇ ଶେୟାର ବଜାରରେ ଉତ୍ସାହ ସୃଷ୍ଟି ହୋଇଛି । ତେବେ ଆସନ୍ତୁ ନଜର ପକାଇବା ଗତ ୧୦ ବର୍ଷର ଶେୟାର ବଜାରର ଇତିହାସ ସମ୍ପର୍କରେ ।

୨୦୨୧: ୨୦୨୧ ବଜେଟ ଆଗତ ଦିବସରେ ସେନସେକ୍ସରେ ୫ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଥିଲା ।

୨୦୨୦: ଏହି ବର୍ଷ ବଜେଟରେ ସେନସେକ୍ସ ୨.୪୨ ପ୍ରତିଶତ ହ୍ରାସ ଘଟିଥିଲା । ଏହାର ଏକ ସପ୍ତାହ ପରେ ବଜାରରେ ୩.୫୩ ପ୍ରତିଶତ ସଂଶୋଧିତ ହୋଇଥିଲା ।

୨୦୧୯: ଏହି ବର୍ଷ ସେନସେକ୍ସରେ ୦.୫୯ ପ୍ରତିଶତ ବୃଦ୍ଧି ଘଟିବା ସହ ପରବର୍ତ୍ତୀ ତିନି ଦିନ ପର୍ଯ୍ୟନ୍ତ ବଜାରରେ ଦ୍ରୁତ ଅଭିବୃଦ୍ଧି ଦେଖିବାକୁ ମିଳିଥିଲା ।

୨୦୧୮: ଏହି ବର୍ଷ ବଜେଟରେ ୧.୨୯ ପ୍ରତିଶତ ହ୍ରାସ ଘଟିଥିଲା । ଏପରିକି ୩ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିଥିଲା ।

୨୦୧୭: ଏହି ବର୍ଷ ବଜେଟ ଅଧିବେଶନ ଆରମ୍ଭରେ ସେନସେକ୍ସରେ ୧.୭୬ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଥିଲା ଓ ଶେଷ ବେଳକୁ ୧.୮୨ ପ୍ରତିଶତ ବଢ଼ିଥିଲା ।

୨୦୧୬: ଏହି ବର୍ଷ ସେନସେକ୍ସରେ ୨.୮୫ ପ୍ରତିଶତ ହ୍ରାସ ଘଟିଥିଲା । ଏହାର ୪୨ ଦିନ ପରେ ବଜାରରେ ଦ୍ରୁତ ଅଭିବୃଦ୍ଧି ଦେଖିବାକୁ ମିଳିଥିଲା ।

୨୦୧୫- ଏହି ବର୍ଷ ସେନସେକ୍ସ ୦.୪୮ ପ୍ରତିଶତ ବୃଦ୍ଧି ଘଟିଥିଲା ଓ ପରବର୍ତ୍ତୀ ଦୁଇଦିନ ପର୍ଯ୍ୟନ୍ତ ବଜାରର ସ୍ଥିତି ଅନୁରୂପ ରହିଥିଲା ।

୨୦୧୪- ଏହି ବର୍ଷ ବଜେଟ ଦିନ ଶେୟାର ମାର୍କେଟରେ ବୃଦ୍ଧି ଘଟିଥିବା ବେଳେ ଦୁଇ ପର୍ଯ୍ୟନ୍ତ ଏହା ଜାରି ରହିଥିଲା ।

୨୦୧୩- ଏହି ବର୍ଷ ବଜାରରେ ୧.୮୭ ପ୍ରତିଶତ ହ୍ରାସ ଘଟିଥିଲା ଓ ପରେ ବଜେଟ ଅଧିବେଶନ ଶେଷ ବେଳକୁ ୧.୫୨ ପ୍ରତିଶତ ତଳକୁ ଖସିଥିଲା ।

୨୦୧୨: ଏହି ବର୍ଷ ବଜେଟ ଦିନ ସେନସେକ୍ସ ୧.୧୯ ପ୍ରତିଶତ ତଳକୁ ଖସିଥିଲା ଓ ପରଦିନ ମଧ୍ୟ ୧.୧ ପ୍ରତିଶତ ହ୍ରାସ ପାଇଥିଲା ।

Get real time updates directly on you device, subscribe now.