fbpx
BJD
BJD SKY
BJD SKY

ଦିନକରେ କରୋନା ନେଲା ୧୧୯୨ ଜୀବନ

ନୂଆଦିଲ୍ଲୀ: ଓମିକ୍ରନ ଯୋଗୁଁ କରୋନା ସଂକ୍ରମଣ ପୁଣି ବଢ଼ିଯାଇଛି । ଏହାରି ମଧ୍ୟରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୬୭ ହଜାର ୫୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ସଂକ୍ରମଣ ହାର ୧୧.୬୯% ରହିଛି । ସେହିପରି ୨୪ ଘଣ୍ଟାରେ ୧୧୯୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୯୬ ହଜାର ୨୪୨କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ସୁସ୍ଥ ହେଲେଣି ୩ କୋଟି ୯୨ ଲକ୍ଷ ୩୦ ହଜାର ୧୯୮ ଜଣ ଆକ୍ରାନ୍ତ । ବର୍ତ୍ତମାନ ୧୭ ଲକ୍ଷ ୪୩ ହଜାର ୫୯ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଦେଶରେ ୧୬୩ କୋଟି ୫୮ ଲକ୍ଷ ୪୪ ହଜାର ୫୩୬ ଲୋକ ଟିକା ନେଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.