fbpx
BJD
BJD SKY
BJD SKY

କମ୍ କ୍ୟାଲୋରୀ ଖାଦ୍ୟ ଖାଇବା ଦ୍ୱାରା ବଢ଼ିଥାଏ ବୟସ, ଷ୍ଟଡିରୁ ହେଲା ଖୁଲାସା

ନୂଆଦିଲ୍ଲୀ: ଏକ ହେଲଦି ଲାଇଫଷ୍ଟାଇଲ୍ ପାଇଁ ଜାଣିବା ଦରକାର ଯେ, ଆପଣ କଣ ଖାଉଛନ୍ତି ଓ କେତେ ପରିମାଣର ଖାଉଛନ୍ତି । ନିକଟରେ ହୋଇଥିବା ଏକ ଷ୍ଟଡିରୁ ଏହି କଥା ସାମନାକୁ ଆସିଛି ଯେ, କମ୍ ଖାଇବା ଦ୍ୱାରା ଲୋକ ଅଧିକ ସୟମ ବଞ୍ଚିଥାନ୍ତି । ୟେଲ ୟୁନିଭର୍ସିଟିର ବୈଜ୍ଞାନିକଙ୍କ କହିବା କଥା ଯେ, କ୍ୟାଲୋରୀ ଇନଟେକ୍ କମ୍ କରିବା ଦ୍ୱାରା ଆପଣଙ୍କ ଇମ୍ୟୁନିଟି ସିଷ୍ଟମ୍ ପୁଣି ଜୀବନ ହୋଇପାରେ ।

ଷ୍ଟଡିରୁ ଜଣାପଡ଼ିଛି ଯେ, ଯେଉଁ ଯୁବକ-ଯୁବତୀ ମାନେ ୧୪ ପ୍ରତିଶତ କମ୍ କ୍ୟାଲୋରୀ ସେବନ କରିଥାନ୍ତି ସେମାନଙ୍କ ଥାଇମସ୍ ଗ୍ରନ୍ଥି ଉନ୍ନତ ଭାବରେ କାମ କରିଥାଏ । ଥାଇମସ୍ ଗ୍ରନ୍ଥି, ହୃଦୟ ଉପରେ ରହିଥାଏ ଓ ରୋଗ ସହିତ ଲଢ଼ିବା ପାଇଁ ଟି-କୋଷିକା ପ୍ରସ୍ତୁତ କରିଥାଏ । ଏହି ଗ୍ରନ୍ଥି ଥାଇମୋସିନ୍ ନାମକ ହରମୋନ୍ ନିର୍ଗତ କରିଥାଏ । ମଣିଷଙ୍କ ଠାରେ ବୃଦ୍ଧତ୍ୱ ଏହି ଥାଇନସ୍ ଗ୍ରନ୍ଥି ଲୁପ୍ତ ହେବା କାରଣରୁ ହିଁ ଆସିଥାଏ । ଛୋଟ ଛୁଆ ଠାରେ ଏହି ଗ୍ରନ୍ଥି ବଡ଼ ହୋଇଥାଏ ।

ବିଶେଷଜ୍ଞଙ୍କ କହିବା କଥା ଯେ, କମ୍ କ୍ୟାଲୋରୀ ଇନଟେକ୍୍ କରିବା ଦ୍ୱାରା ଶରୀରରେ ହେଉଥିବା ଇନଫ୍ଲେମେସନ୍ କୁ ବି କମ୍ କରାଯାଇପାରିବ । ତେଣୁ ଏକ ସ୍ୱାସ୍ଥ୍ୟକର ଜୀବନ ଶୈଳୀ ପାଇଁ କମ୍ କ୍ୟାଲୋରୀ ନିହାତି ଆବଶ୍ୟକ । କରାଯାଇଥିବା ଏହି ରିସର୍ଚ୍ଚରେ ଥାଇମସ୍ ଗ୍ରନ୍ଥି ନିକଟରେ ଟି-ସେଲ୍ ସଂଖ୍ୟା ସହିତ ଫ୍ୟାଟ୍ ସ୍ତରର ମଧ୍ୟ ଯାଞ୍ଚ କରାଯାଇଥିଲା । ଏହି କ୍ରମରେ ଯେଉଁ ଲୋକମାନେ କମ୍ କ୍ୟାଲୋରୀ ଡାଏଟ୍ ଅନୁସରଣ କରିଥିଲେ ସେମାନଙ୍କ ଥାଇମସ୍ ଗ୍ରନ୍ଥି ନିକଟରେ ଥିବା ଫ୍ୟାଟ୍ ଉପସ୍ଥିତି ସାଧାରଣ ଡାଏଟ୍ ଅନୁସରଣ କରୁଥିବା ଲୋକଙ୍କ ଫ୍ୟାଟ୍ ତୁଳନାରେ କମ୍ ଦେଖିବାକୁ ମିଳିଥିଲା ।

 

Get real time updates directly on you device, subscribe now.