fbpx

ଏହି ଖାସ୍ ଉପାୟରେ କରନ୍ତୁ ଶିବଙ୍କ ପୂଜା, ମହାଶିବରାତ୍ରିରେ ପୂରଣ ହୋଇଯିବ ସମସ୍ତ ମନୋକାମନା

ଚଳିତବର୍ଷ ମହାଶିବରାତ୍ରୀ ବା ଜାଗର ପର୍ବ ୧ ମାର୍ଚ୍ଚ ୨୦୨୨ ମଙ୍ଗଳବାର ଦିନ ପାଳନ କରାଯିବ । ମହାଶିବରାତ୍ରୀ ଦିନ ଶିବ-ପାର୍ବତୀଙ୍କ ବିବାହ ହୋଇଥିବାରୁ ଏହା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଏହା ସହ ଭଗବାନ ଶିବ ଓ ମା ପାର୍ବତୀଙ୍କ ଆର୍ଶୀବାଦ ପାଇବାକୁ ଏହି ଦିନଟି ବହୁତ ଖାସ୍ । ଯଦି ଏହି ଦିନ ସମ୍ପୂର୍ଣ୍ଣ ଭକ୍ତିଭାବ ଓ ରୀତିନୀତି ସହିତ ଭଗବାନ ଶିବଙ୍କୁ ପୂଜା କରାଯାଏ, ତେବେ ଭୋଲେନାଥ ସୁଖ, ସମ୍ପତ୍ତି ଓ ସ୍ୱାସ୍ଥ୍ୟଠୁ ନେଇ ସବୁକିଛି ଦିଅନ୍ତି । ଏଥର ମହାଶିବରାତ୍ରୀରେ ଶିବଙ୍କୁ ପ୍ରସନ୍ନ କରିବାକୁ ବିଶେଷ ଉପାୟରେ କରନ୍ତୁ ପୂଜା ।

ପୁରାଣ ଅନୁସାରେ, ଭଗବାନ ଶିବ ମହାଶିବରାତ୍ରୀରେ ନିଜ ଭକ୍ତମାନଙ୍କୁ ଶିବଲିଙ୍ଗ ଆକାରରେ ଦର୍ଶନ ଦେଇଥିଲେ । ଏହି କାରଣରୁ ଏହି ମହାପର୍ବକୁ ଅତ୍ୟନ୍ତ ସ୍ୱତନ୍ତ୍ର କୁହାଯାଏ ଓ ଏହି ଦିନ ଶିବଲିଙ୍ଗରେ ଅଭିଷେକ କରାଯାଏ । ଯଦି ସମ୍ପୂର୍ଣ୍ଣ ରୀତିନୀତି ସହିତ ମହାଶିବରାତ୍ରୀ ଦିନ ରୁଦ୍ରାଭିଷେକ କରାଯାଏ, ତେବେ ଭଗବାନ ଶିବ ସମସ୍ତ ମନୋକାମନା ପୂରଣ କରନ୍ତି । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ରୀତିନୀତି…

– ମହାଶିବରାତ୍ରୀ ଦିନ ସକାଳେ ସୂଯ୍ୟୋଦୟ ପୂର୍ବରୁ ଉଠିପଡନ୍ତୁ ଓ ଗାଧୋଇ ସଫା ପୋଷାକ ପିନ୍ଧନ୍ତୁ ।

– ଯଦି ସମ୍ଭବ, ମହାଶିବରାତ୍ରୀ ଉପରେ ଉପବାସ ରଖନ୍ତୁ ।

– ଏହା ପରେ, ପଞ୍ଚାମୃତ ସହିତ ଶିବଲିଙ୍ଗକୁ ଅଭିଷେକ କରନ୍ତୁ ।

– ଶିବଲିଙ୍ଗ ଉପରେ ଗୋଟିଏ ପରେ ଗୋଟିଏ କରି ପାଣି, କ୍ଷୀର, କଦଳୀ, ମହୁ, ଘିଅ ଆଦି ଅର୍ପଣ କରନ୍ତୁ । ଶେଷରେ ପାଣି ଢ଼ାଳନ୍ତୁ ।

– ଏହା ପରେ ଚନ୍ଦନ କାଠ, ଭଭୂତର ତିଲକ ଲଗାଇ ବେଲପତ୍ର, ଶାମିପତ୍ର, ଭାଙ୍ଗ, ଧତୁରା, ଫଳ, ଫୁଲ, ମିଠା, ପାନ, ସୁପାରୀ, ଲବଙ୍ଗ, ଅତର ଓ କିଛି ଦକ୍ଷିଣା ଅର୍ପଣ କରନ୍ତୁ ।

– ଏହି ସମୟରେ ପଞ୍ଚାକ୍ଷରୀ ମନ୍ତ୍ର ଓମ୍ ନମଃ ଶିବାୟ କିମ୍ବା ଶିବଙ୍କ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ ।

– ଶେଷରେ, ଭଗବାନ ଶିବଙ୍କୁ କେସର ଯୁକ୍ତ ଖିରର ଭୋଗ ଲଗାନ୍ତୁ ଓ ସମସ୍ତଙ୍କୁ ପ୍ରସାଦ ବାଣ୍ଟନ୍ତୁ ।

କୁହାଯାଏ କି, ମହାଶିବରାତ୍ରୀ ଦିନ ଏପରି ରୀତିନୀତି ସହିତ ରୁଦ୍ରାଭିଷେକ କରିବା ଦ୍ୱାରା ଜୀବନର ସମସ୍ତ ସମସ୍ୟା, ରୋଗ, ଦୁଃଖ ଦୂର ହୋଇଯାଏ । ଶିବଙ୍କ କୃପାରୁ ସୁଖ-ସମୃଦ୍ଧି ଓ ସୁଖୀ ପାରିବାରିକ ଜୀବନ ମିଳିଥାଏ ।

 

Get real time updates directly on you device, subscribe now.